ଭୋଜି କରି ତଣ୍ଡ ଗଣିଲେ ୨୫ହଜାର ଟଙ୍କା ।

ଭଦ୍ରକ,(ବସୁନ୍ଧରା) :ପୁଅ ବାହାଘରରେ ଭୋଜି କରି ବାପ ଗଣିଲେ ତଣ୍ଡ । ଆଜି ଦିନ ୨ଟା ସମୟରେ ଏପରି ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ଚାନ୍ଦବାଲି ଥାନା ଅଧିନସ୍ଥ ମତୋ ମାଳବାଡ ମହାନ୍ତି ସାହିର । ବରପକ୍ଷ ତରଫରୁ କୋଭିଡ କଟକଣାକୁ ଫୁ କରି ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜିର ଆସର । ବର୍ତ୍ତମାନ ମହାମାରୀ କରୋନା ୨ୟ ଲହରରେ ଭୟଙ୍କର ରୂପ ଧାରଣ କରିଥିବାରୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏପରିକି ବିବାହ ଭୋଜିରେ ମାତ୍ର ୫୦ଜଣ ଲୋକ ସାମିଲ ହେବାର ନିୟମ ରହିଛି । ହେଲେ ସରକାରଙ୍କର ସମସ୍ତ ନିୟମକୁ ଫୁ କରି ମତୋ ମହାନ୍ତି ସାହିର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ଘରେ ଶହ ଶହ ଲୋକଙ୍କୁ ନେଇ ଚାଲିଥିଲା ବାହାଘର ଭୋଜି । ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଓ ଚାନ୍ଦବାଲି ଥାନାଧିକାରୀଣି ପ୍ରଜ୍ଞା ମହାନ୍ତି ଘଟଣା ସ୍ଥଳରେ ପହଁଚି ଭୋଜିକୁ ଅଧାରୁ ବନ୍ଦ କରିବା ସହ ଦୁର୍ଯ୍ୟୋଧନଙ୍କ ଠାରୁ ୨୫ ହଜାର ଜୋରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.