୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୫ ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ,(ବସୁନ୍ଧରା) : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୨୦୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୯୭କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୪ ହଜାର ୯୯ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ରେ ପହଞ୍ଚିଛି । ୧୭ କୋଟି ୫୨ ଲକ୍ଷ ୩୫ ହଜାର ୯୯୧ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

14 − twelve =