ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ଧରାପଡ଼ିଲେ ।

ଶ୍ରୀନଗର,(ବସୁନ୍ଧରା): ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ଧରାପଡ଼ିଛନ୍ତି । ବର୍ତ୍ତମାନ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଧରାପଡ଼ିଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ସଦସ୍ୟ ବୋଲି ଜଣାପଡ଼ିଛି । କାଶ୍ମୀର ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୪୮ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀମାନେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ପରିଚୟ ଓ ଗୋଷ୍ଠୀଗତ ସମ୍ପର୍କ ବିଷୟରେ ଅନୁସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.

eighteen − ten =