ଅଧ୍ୟାପକଙ୍କ ମାତୃ ବିୟୋଗ।

ଭୁବନେଶ୍ୱର,(ବସୁୁନ୍ଧରା): ଭୁବନେଶ୍ୱରରେ ଥିବା ସାମ୍ବାଦିକତା ଏବଂ ମ୍ୟାନେଜମେଣ୍ଟ କଲେଜ “ଅମିତ”ର ଅଧ୍ୟାପକ ଟିକାୟତ ନାୟକଙ୍କର ମା’ ସରସ୍ବତୀ ନାୟକ ଆଜି ସକାଳେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୮0 ବର୍ଷ ବୟସ ହୋଇଥିଲା | କିଡ଼ନୀ ଜନିତ ସମସ୍ୟା, ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ, ରକ୍ତଚାପ ବଢ଼ିଯିବା ଆଦି ବିଭିନ୍ନ ପ୍ରକାରର ଜଟିଳ ସମସ୍ୟା ହଠାତ ଦେଖାଦେବାରୁ ତାଙ୍କୁ ଭୁବନେଶ୍ୱରର ଏମସ ଚିକିତ୍ସାଳୟରେ ଚାରିଦିନ ତଳେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ଜଟିଳ ହେବାରୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା | ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଅଧ୍ୟାପକ ଟିକାୟତ ନାୟକ ଉପସ୍ଥିତ ଥିଲେ | ତାଙ୍କର ଅନ୍ତିମ ସତ୍କାର ବାଲେଶ୍ୱର ଜିଲ୍ଲା ନୀଳଗିରିର ଜରିବାଲି ଗ୍ରାମଠାରେ ସମ୍ପନ୍ନ ହୋଇଛି | ସେ ଜଣେ ମାଧବୀ ଛାତ୍ରୀ ଥିଲେ ଏବଂ ବିଦ୍ୟାଳୟ ଜୀବନରେ ବହୁବିଧ ପ୍ରତିଭା ପାଇଁ ପ୍ରଶଂସିତ ହୋଇଥିଲେ | ତାଙ୍କର ପାଞ୍ଚଜଣ ପୁଅ, ଦୁଇ ଝିଅ, ବୋହୂ, ନାତି, ନାତୁଣୀ ଆଦି ଅନ୍ତ୍ୟେଷ୍ଟିକ୍ରିୟାରେ ଭାଗ ନେଇଥିଲେ | ତାଙ୍କ ବିୟୋଗରେ ଅମିତ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀ ମାନେଜିଙ୍ଗ କମିଟି ସଦସ୍ୟମାନେ ଶୋକପ୍ରକାଶ କରିଛନ୍ତି |

Leave A Reply

Your email address will not be published.