ଗୋଲାମୁଣ୍ଡା, ଲକଡାଉନ ତୃତୀୟ ଦିବସରେ କେଗାଁ ପୋଲିସ ଦ୍ୱାରା ଚାଲିଛି କଢାକଢି ଯାଞ୍ଚ।

କଳାହାଣ୍ଡି, (ବସୁନ୍ଧରା): କରୋନାର ଦ୍ୱିତୀୟ ଲହରୀରେ ସାରା ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ କରୋନାକୁ ପ୍ରତିରୋଧ କରିବାପାଇଁ ଓଡ଼ିଶା ସରକାର ଗତତା 5 ମଇ 2021 ଠାରୁ ଆସନ୍ତା ତା 19 ମଇ 2021 ପର୍ଯ୍ୟନ୍ତ ଲକଡାଉନ ଘୋର୍ଷଣା କରିଛନ୍ତି ।

ଆଜି ଲକଡାଉନର ତୃତୀୟ ଦିବସରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପୋଲିସ ଦ୍ୱାରା ସାନଚେରଗାଁର ତିନିଚ୍ଛକ ଠାରେ ଓ ଭାଟିପଡ଼ାର ତିନିଚ୍ଛକ ଠାରେ କଢାକଢି ଯାଞ୍ଚ କରୁଥିବାର ଦେଖିବାକୁ ମିଳିଛି । ମାସ୍କ ନ ଥିଲେ ଫାଇନ ମଧ୍ୟ କଟାଯାଉଛି ଯାହାର ଜରୁରୀକାଳୀନ କାମ ତଥା ସ୍ୱାସ୍ଥ୍ୟସେବା, ଦଶାହକାର୍ଯ୍ୟ ଏସବୁ କାମରେ ଯିବାକୁ ଅନୁମତି ଦିଆଯାଉଛି ।

ଯାହାକି କେଗାଁ ପୋଲିସ ଆଇ ଆଇ ସି ଡ଼ି ପର୍ଜା ସୂଚନା ଦେଇଛନ୍ତି ! ଏହି ଲକଡାଉନ ଦ୍ୱାର କିଛି ମାତ୍ରାରେ କରୋନାର ମୁକାବିଲା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି

ଗୋଲାମୁଣ୍ଡାରୁ ଈଶ୍ୱର ପଟେଲଙ୍କ ରିପୋର୍ଟ।

Leave A Reply

Your email address will not be published.

six − six =