୫ଟି ବନ୍ଧୁକ ସହ ୨ ସ୍ମଗଲରଙ୍କୁ କାବୁ କରିଛି ଏସଟିଏଫ୍ ।

ଭଦ୍ରକ,(ବସୁନ୍ଧରା) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ | ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି | ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବୋଲି ଜଣାପଡ଼ିଛି |

Leave A Reply

Your email address will not be published.