ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟରେ ଚଢ଼lଉ କରାଯାଇ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ(ଓଡି-୨୨କ୍ୟୁ-୪୨୩୯) ରୁ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମର ସୁକାନ୍ତ ଚୌଧୁରୀ ଓ ଆର.ଏନ.ବେତଡା ଗ୍ରାମର ରତ୍ନାକର ପଣ୍ଡାଙ୍କୁ ଗିରଫ କରାଯାଇଛି। । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ବ୍ରଜମୋହନ ମଲ୍ଲିକ, ଏ.ଏସ୍‌.ଆଇ ଭବେଶ ଦାସ, ଦୀପକ ରାଉତ , କନେଷ୍ଟବଳ ପ୍ରଦୀପ ମଲ୍ଲିକ,ରମେଶ ନାୟକ, ଅଜିତ କୁମାର ସିଙ୍କୁ,ମିଥୁନ ଜେନା,ରଶ୍ମିରେଖା ଜେନା, ସଂଧ୍ୟାରାଣୀ ସେନାପତି ପ୍ରଭୃତି ଷ୍ଟାଫ ସାମିଲ ଥିଲେ ।

Leave A Reply

Your email address will not be published.