ଲକଡାଉନରେ ଭୋଜିଭାତ କରି ୧୦ ହଜାର ଟଙ୍କା ତଣ୍ଡ ଘଣିଲେ |

ଭଦ୍ରକ,(ବସୁନ୍ଧରା): ଲକଡାଉନରେ ଗାଁରେ ଭୋଜିଭାତ କରି ଲୋକଙ୍କୁ ଏକାଠି ବସି ଖୁଆଇବା ମହଙ୍ଗା ପଡିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ୧୦ ହଜାର ଟଙ୍କା ଫାଇନ ଆଦାୟ କରିଛି । ଘଟଣାଟି ଏମିତି ଚାନ୍ଦବାଲି ଥାନା ସିଙ୍ଗିଟ ଗାଁର ଉଦ୍ଧବ ପଣ୍ଡାଙ୍କ ପରିବାର ତରଫରୁ ଭୋଜିଭାତ କରାଯାଇଥିଲା । ପାଖାପାଖି ୭୦ ଜଣ ଲୋକ ବସି ଖାଉଥିବା ବେଳେ ଆହୁରି ଅନେକ ଲୋକ ପାଖରେ ଥିଲେ । ତେବେ ଲକଡାଉନ ସମୟରେ ଭୋଜିଭାତ ହେଉଥିବାର ଖବର ପାଇ ଚାନ୍ଦବାଲିର ଅତିରିକ୍ତ ତହସିଲଦାର ଓ ମତୋ ଫାଣ୍ଡି ପୋଲିସ ପହଞ୍ଚି ଭୋଜିଭାତ ବନ୍ଦ କରିବା ସହ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଉଦ୍ଧବ ପଣ୍ଡାଙ୍କ ନାଁରେ ୧୦ହଜାର ଟଙ୍କା ଫାଇନ କାଟିଛି ।

Leave A Reply

Your email address will not be published.