କରୋନାରେ ଜୀବନ ହାରିଲେ ଆମ୍ବୁଲାନ୍ସ ସେବାରେ ସହକାରୀ ଭାବେ କାର୍ଯ୍ୟ କରୁଥିବା କିଶୋର ଚନ୍ଦ୍ର ସାହୁ।

କଳାହାଣ୍ଡି, (ବସୁନ୍ଧରା) : କରୋନା ଆକ୍ରାନ୍ତ ରେ ସାରା ରାଜ୍ୟରେ ପତ୍ୟେକ ଦିନ ମୃତ୍ୟୁ ବରଣ କରୁଛନ୍ତି ଅନେକ ଆକ୍ରାନ୍ତ ରୋଗୀ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ମଧ୍ୟ ନିତିଦିନ ମୃତ୍ୟୁ ବରଣ କରୁଛନ୍ତି କରୋନା ଆକ୍ରାନ୍ତ ରୋଗୀ , ଗତ ୪ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମର ଜଣେ କରୋନା ଯୋଦ୍ଧା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ (୩୮) ସେ କିଛି ବର୍ଷ ପୂର୍ବରୁ ବରଗଡ଼ ଜିଲ୍ଲା ରେ ସରକାରୀ ଆମ୍ବୁଲାନ୍ସ ସେବାରେ ସହକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । କାର୍ଯ୍ୟରତ ସମୟରେ ସେ ଅସୁସ୍ଥ ଅନୁଭବ କରୁଥିବା ହେତୁ କିଛି ଦିନ ତଳେ ନିଜ ଘର ମଙ୍ଗଳପୁର କୁ ଫେରି ଆସିଥିଲେ , ପରବର୍ତ୍ତୀ ସମୟରେ ସେ ମେ ୧ ତାରିଖ ଦିନ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ କୋଭିଡ ପରୀକ୍ଷା କରାଇଥିଲେ ସେଠାରେ ତାଙ୍କ ରିପୋର୍ଟ ପଯିଟିଭି ଆସିଥିବାରୁ ସେ ନିଜ ଘରେ(ଆଇସଲ୍ୟୁସନ୍) ରେ ରହିବାକୁ କହି ନିଜ ଘରକୁ ଯାଇଥିଲେ । କିନ୍ତୁ ପରଦିନ ୨ ମେ ସକାଳୁ ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା , ସେଠି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ସ୍ତର ଭବାନୀପାଟଣା କାମଠଣା ସ୍ଥିତ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିବାରୁ ମେ ୩ ତାରିଖ ଦିନ ଭୁବନେଶ୍ଵର ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମେ ୪ ତାରିଖ ଦିନ ତାଙ୍କ ମୃତ୍ୟୁ ଘଟିଥିଲା । ସେଠାରେ ତାଙ୍କ ପାର୍ଥିବ ଶରୀରକୁ ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ବାରା ଅନ୍ତିମ ସଂସ୍କାର କରାଗଲା । ତାଙ୍କର ଗୋଟେ ୪ ବର୍ଷ ର ଝିଅ ଅଛି ଦୁନିଆ କୁ ଭଲ ଭାବରେ ଜାଣିବା ପୂର୍ବରୁ ବାପା ହରାଇଲା ଝିଅ , ପରିବାର ରେ ସେ ଜଣେ ଥିଲେ ରୋଜଗାରିଆ ଏବେ ପରିବାର ଦୈନନ୍ଦିନ ଖର୍ଚ୍ଚ ଓ ସ୍ବାସ୍ଥ୍ୟ, ଝିଅ ର ଶିକ୍ଷା ପ୍ରତି ବାଧା ସଜିବ ବାପାଙ୍କ ଅକାଳ ବିୟୋଗ । ସେ ଜଣେ ସରଳ ଓ ଅଞ୍ଚଳର ଶୁଭଚିନ୍ତକ ଥିଲେ ।ଏହି ଖବର ଅଞ୍ଚଳରେ ପ୍ରକାଶ ପାଇବା ପରେ ବୁଦ୍ଧଜୀବି ମହଲ ରେ ଶୋକ ର ଛାୟା ଖେଳିଯିବା ସହ ସାଧାରଣରେ କରୋନା ଭୟ ବଢ଼ିବାରେ ଲାଗିଛି ।
କଳାହାଣ୍ଡିରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.

19 + eighteen =