ରାଜ୍ୟରେ ଆଜି ୯,୮୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱର, (ବସୁନ୍ଧରା): ମେ’ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦୈନିକ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଅର୍ଥାତ୍ ମେ’ ୪ ତାରିଖରେ ଏହି ସଂଖ୍ୟା ୯ ହଜାର ଅତିକ୍ରମ କରିଛି। ଆଜି ଏହି ରିପୋର୍ଟ ଆସିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୯,୮୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୭ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୋଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗିରରୁ ୩୨୬, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ ଜିଲ୍ଲାରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ବୌଦ୍ଧ ଓ ରାୟଗଡ଼ାରୁ ୧୨୯ ଲେଖାଏଁ, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ଦେବଗଡ଼ରୁ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.