ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା ।

କଟକ,(ବସୁନ୍ଧରା) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଛି । ମେ’ ୫ ତାରିଖରୁ ୧୯ ତାରିଖ ଯାଏ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା ହୋଇଛି । ପରବର୍ତ୍ତି ନିଷ୍ପତ୍ତି ଆସିବା ଯାଏ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପରୀକ୍ଷା ବାତିଲ୍ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ୱେବସାଇଟିରେ ଯାଇ ଦେଖି ପାରିବେ ।

Leave A Reply

Your email address will not be published.