ବିଦ୍ୟୁତ ଆଘାତ ଲାଗି ଜଣେ କର୍ମଚାରୀଙ୍କ ମୃତ୍ୟୁ।

ଢେ଼ଙ୍କାନାଳ,(ବସୁନ୍ଧରା): ଆଜି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସଦାଶିବପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସଦାଶିବପୁର ଗ୍ରାମର ସୁଧୀର କୁମାର ତ୍ରିପାଠୀ ଜଣେ ବିଦ୍ୟୁତ କର୍ମଚାରିରୁପେ କାର୍ଯ୍ୟକରିଆସୁଥିବା ସମୟରେ ଆଜି ସକାଳୁ ବିଦ୍ୟୁତ ଜନିତ ଆଘାତ ପାଇ ମୃତ୍ୟୁ ବରଣ କରିଛନ୍ତି । ଘଟଣାରୁ ଜଣାପଡିଛି କି ଶ୍ରୀଯୁକ୍ତ ତ୍ରିପାଠୀ କମଗରା ଅନ୍ତର୍ଗତ ଶ୍ରୀରାମପୁର ସାଵଷ୍ଟେସନ ରେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ଜେଇ ଏବଂ କଣ୍ଟ୍ରାକଟର ଙ୍କ ଖାମଖିଆଲି କାର୍ଯ ହେତୁ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଲାଇନ ଖୁଣ୍ଟିରେ ଚଢି ଠିକ କରିବାକୁ ସୂଚନା ଦିଆଯାଇଥିଲା । ଶ୍ରୀଯୁକ୍ତ ତ୍ରିପାଠୀ କାମ କରୁଥିବା ସମୟରେ ତାଙ୍କ ଅଜାଣତରେ ବିଦ୍ୟୁତ କୋନେକ୍ସନ ଦେବା ହେତୁ ଆଘାତ ପାଇ ତାଙ୍କର ମୃତ୍ୟୁ ଘଟିଛି । ଶ୍ରୀଯୁକ୍ତ ତ୍ରିପାଠୀ ଜଣେ ଉଚ୍ଚ ଚିନ୍ତନ ଯୁକ୍ତ, ସୁମେଳାପୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ମୃତ୍ୟୁ ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯିବା ସହ ତୀବ୍ର ଉତେଜନା ମଧ୍ୟ ଦେଖାଯାଇଥିଲା । ଘରେ ତାଙ୍କର ପରିବାର କହିଲେତାଙ୍କ ସ୍ତ୍ରୀ, ଗୋଟିଏ ଝିଅ ଏବଂ ସାନ ରୁହନ୍ତି ।ଓଡିଶା ସରକାର ଙ୍କ ତରଫରୁ ତାଙ୍କ ସ୍ତ୍ରୀ କୁ ଚକେରୀ, କ୍ଷତିପୂରଣ ବାବଦକୁ 40 ଲକ୍ଷ ଟଙ୍କା ଏବଂ ତାଙ୍କ ସ୍ତ୍ରୀକୁ ପେନସନ ଦେବା ପାଇଁ ଅଂଚଳ ବସି ଦାବି କରିଛନ୍ତି ।

Leave A Reply

Your email address will not be published.

three × three =