ରାଜ୍ୟରେ ଆଜି ୮,୦୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର (ବସୁନ୍ଧରା): ରାଜ୍ୟରେ ଗତ ୨୪ ଘଣ୍ଟାର ୮,୦୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୭୫ ଜଣ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ତଳକୁ ସୁନ୍ଦରଗଡ଼ ଜିଲ୍ଲା ରହିଛି। ଏହି ଜିଲ୍ଲାରୁ ୭୩୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୫୨୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ଼ରୁ ୩୯୦, ଭଦ୍ରକରୁ ୧୪୫, ବଲାଙ୍ଗିରରୁ ୧୯୮, ବୌଦ୍ଧରୁ ୧୦୩, କଟକରୁ ୪୮୨, ଦେବଗଡ଼ରୁ ୧୦୧, ଢେଙ୍କାନାଳରୁ ୮୬, ଗଜପତିରୁ ୧୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୧୪୯, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୧୭୪, କନ୍ଧମାଳରୁ ୬୧, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୫, କୋରାପୁଟରୁ ୧୨୭ ଓ ମାଲକାନଗିରିରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୧୯୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧ ଓ ସୋନପୁରରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

ten + 13 =