ମଧୁବାବୁ ଜୟନ୍ତି ରେ ପ୍ରେସ କ୍ଳବ ପକ୍ଷରୁ ରକ୍ତ ଦାନ ଶିବିର।

ଭଦ୍ରକ,(ବସୁନ୍ଧରା):ବାସୁଦେବପୁର ପ୍ରେସ କ୍ଳବ ପକ୍ଷରୁ ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ଜନ୍ମ ତିଥିରେ ସ୍ଥାନୀୟ ଟାଉନ ହଲ ପରିସରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାହିଛି।ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରୁ 40 ଜଣ ଯୁବକ ଯୁବତୀମାନେ ସାମୀଲି ହୋଇ ସ୍ୱଛାକୃତ ଭାବେ ରକ୍ତଦାନ କରିଛନ୍ତି। କରୋନା ମହାମାରୀରେ ରକ୍ତର ଅଭାବକୁ ଦୂର କରିବାପାଇଁ ପ୍ରେସ କ୍ଲବର ପ୍ରୟାସକୁ ପ୍ରଶଂସା କରିଥିଲେ।ଏହି ଶିବିରରେ ପୌରପାଳିକା କାର୍ଯ୍ୟନିର୍ବାହି ଅଧିକାରୀ ଲଗ୍ନଜିତ ବେହେରା ମୂଖ୍ୟଅତୀଥି ଭାବେ ଯୋଗ ଦେଇ ଉଦଘାଟନ କରିବାସହ ରକ୍ତଦାତାଙ୍କୁ ଉତ୍ସାହୀତ କରିଥିଲେ ।ଅନ୍ୟମାନଙ୍କ ମଧରେ ବାସୁଦେବପୁର ଥାନା ଅଧିକାରୀ ଗୋୖରାଙ୍ଗ ସାହୁ ,ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ସହ ପରିଚାଳକ ଦିଲିପ କୁମାର ବିଶ୍ବାଳ ,ପ୍ରାଣୀଧନ ଚିକିତ୍ସକ ଡ଼.ରାଜେଶ କୁମାର କୁଅଁର, ଚୂଡ଼ାମୁଣୀ ଥାନାଆଧିକାରୀ ଏମଡି ହାଫଜି ,ସ୍ଥାନୀୟ ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ,ସ୍ଥାନୀୟ ଥାନାର ଏଏସଆଇ ଚିତ୍ତରଂଜନ ଦାସ କ୍ଲବର ଉପଦେଷ୍ଟା ମମତା ଜେନା, ଆଇନ ପରାର୍ଶଦାତା ପ୍ରଦୀପ ମହାନ୍ତି ,ପ୍ରେସ କ୍ଲବର ସଭାପତି ରାମାକାନ୍ତ ବାରିକ, ସମତେ ସମ୍ପାଦକ ନିରଦ ଦାଶ, କାର୍ଯ୍ୟକାରୀ ସଭାପତି କାଲିପଦ ରାୟ ,ବରିଷ୍ଠ କମର୍କତା ବୌଲୋଚନ ସାହୁ ,ରାଜଶ୍ରୀ ପଳେଇ ,କିରୀଟି ଦାସ ,ଗୌତମ ଦେ ,ରଂଜନ ନାୟକ ,ତୁଳସୀ କଲ୍ୟାଣ ବେହେରା, କ୍ଷେତ୍ରମୋହନ ମହାକୁଡ଼,ଅମର ନାରାୟଣ ମହାନ୍ତି,ତରୁଣନଦ ମହାନ୍ତି, ସତ୍ୟକାନ୍ତ ନାୟକ, ସତ୍ୟ ସୁନ୍ଦର ରାଉତ ,ପ୍ରଶାନ୍ତ ଦାସ,ମହେଶ୍ୱର ଧଳ, ଲକ୍ଷ୍ମୀକାନ୍ତ ନାଥ,ସୁବାଷ ସଦିଵିଗ୍ରହ,ଦେବାଶିଷ ମହାନ୍ତି ,ସୂର୍ଯ୍ୟଦ୍ୱୟ ବିଶ୍ୱାଳ, ଶୁଭକାନ୍ତ ରାଉତ, ନିରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ସାମିଳି ହୋଇ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.