ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,(ବସୁନ୍ଧରା): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୪୪୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ ରେ ପହଞ୍ଚିଥିବା ବେଳେ ୩୫ ହଜାର ୬୭୪ଜଣ ସୁସ୍ଥ ହୋଇଛନ୍ତି । ୬ ହଜାର ୪୯୩ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ୨୫୭ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.