ସାତ ଦିନପାଇଁ କେଗାଁକୁ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା

କଳାହାଣ୍ଡି,( ବସୁନ୍ଧରା ):ଗତ ସତେଇଶ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଗାରଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବାପରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ କେଗାଁ ପଞ୍ଚାୟତ କେଗାଁଗ୍ରାମକୁ କଣ୍ଟେଣ୍ଟ ମେଣ୍ଟ ଜୋନ ଘୋଷଣା କରାଯାଇଛି ।

କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କେଗାଁ ଅଧିନସ୍ଥ ସମସ୍ତ ଧାର୍ମିକ ଅନୁଷ୍ଠାନ,ଦୋକାନ ବଜାର,ସରକାରୀ ବେସରକାରୀ ଅଫିସ , ଜାନ ବାହନ ଚଳାଚଳ କୁ ବନ୍ଦ କରାଯାଇଛି , ତା 28/04/2021 ରୁ ଆସନ୍ତା ଚାରି ତାରିଖ ମଧ୍ଯ ରାତ୍ରି ପର୍ଯ୍ୟନ୍ତ ନିୟମ ବଳବତ୍ତର ରହିବ ,କରୋନା କଟକଣା ଓ ସାମାଜିକ ଦୁରତ୍ତା ବଜାୟ ରଖିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ।ନିୟମ ଉଲଙ୍ଘନ କରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଗୋଲାମୁଣ୍ଡାରୁ ଈଶ୍ୱର ପଟେଲଙ୍କ ରିପୋର୍ଟ

Leave A Reply

Your email address will not be published.