୨୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗର ଜବତ, ୨ ମହିଳା ସମେତ ୪ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଧଳା ଜହର କବଜାରେ ଭଦ୍ରକ, ଗାଁର ଗଳି କନ୍ଦିଠାରୁ ଆରମ୍ଭ କରି ସହରର ଛକ ବଜାର ଯାଏ ଏବେ ବେଧଡ଼କ ଚାଲିଛି ବେଆଇନ ବ୍ରାଉନସୁଗାର ବେପାର | ଜିଲ୍ଲା ପୁଲିସ,କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଓ ଏସଟିଏଫର ଚଡ଼ାଉ ପରେ ବି ଥମିବାର ନା ନେଉନି ବେଆଇନ ଧଳା ଜହର ବେପାର | ପୁଣି ଥରେ ଚରମ୍ପା ନିକଟସ୍ଥ ଧାମରା ବ୍ରିଜ ତଳେ ତଲାସି ବେଳେ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ସହିତ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ | ଗିରଫ ଅଭିଯୁକ୍ତ ମଧ୍ୟରେ ଦୁଇ ଜଣ ମହିଳା ।ଜବତ ବ୍ରାଉନସୁଗରର ଆନୁମାନି ମୂଲ୍ୟ ୨୬ ଲକ୍ଷରୁ ଉର୍ଦ୍ଧ ବୋଲି ପୁଲିସ ସୂଚନା ଦେଇଛି |

Leave A Reply

Your email address will not be published.

10 − four =