ଦିନ ଦିପ୍ରହରେ ବାଇକରେ ଆସି ଝାମ୍ପିନେଲେ ସାଢେ ତିନି ଲକ୍ଷ ଟଙ୍କା

ଭଦ୍ରକ,(ବସୁନ୍ଧରା):ପୁଣି କିଛି ଦିନ ବ୍ୟବଧାନରେ ବାସୁଦେବପୁରରେ ସକ୍ରିୟ ହୋଇଛନ୍ତି ଲୁଟେରା ଗ୍ୟାଙ୍ଗ।କଳା ପଲସରରେ ଆସିଲେ ସ୍ପଷ୍ଟ ଦିବା ଆଲୋକରେ ଲୁଟି ନେଲେ ସାଢେ ତିନି ଲକ୍ଷ ।ଏଥିରେ ଲୁଟରେ ସିକାର ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା।ସୂଚନା ଅନୂଯାୟୀ ଜୟ ଗୁରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ନୂଆଗାଁର ସଭାପତି ଏବଂ ସମ୍ପାଦିକା ଙ୍କ ସହିତ ଜଣେ ସଦସ୍ୟା ବାସୁଦେବପୁର ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଆସିଥିଲେ। ଟଙ୍କା ଉଠାଣ ପରେ ଘରକୁ ଯିବା ପାଇଁ ଜନ ଗହଳି ପୂର୍ଣ୍ଣ ଇରମ ଟେକର ଷ୍ଟାଣ୍ତରେ ଗାଡି ଅପେକ୍ଷାରେ ଛିଡା ହୋଇଥିଲେ ।ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ସେମାନଙ୍କ ଟଙ୍କା ବ୍ୟାଗଟିକୁ ଛଡ଼ାଇ ନେଇ ଦୃତ ଗତିରେ ପଳାଇଯାଇଥିଲେ।ପରେ ଉକ୍ତ ମହିଳାମାନେ ବାସୁଦେବପୁର ଥାନାରେ ଟଙ୍କା ଲୁଟ ହୋଇଥିବା ର ଏକ ଲିଖିତ ଅଭିଯୋଗ କରିଛନ୍ତି । ବାସୁଦେବପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.