ପାଣି ପାଇଁ ସଙ୍କଟ ଦେଖାଦେଇଛି ଗୋଲାମୁଣ୍ଡା ପଞ୍ଚାୟତ ଫୋଇରୀପାଣି ଗ୍ରାମରେ।

କଳାହାଣ୍ଡି (ବସୁନ୍ଧରା) ଗ୍ରୀଷ୍ମ ପ୍ରବହାରେ ନଳକୂପ ଗୁଡିକ ଅଚଳ ହେବାରୁ ପାଣି ସଙ୍କଟ ଦେଖାଦେଇଛି ! କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଲକ ଗୋଲାମୁଣ୍ଡା ପଞ୍ଚାୟତ ଫୋଇରୀପାଣି ଗ୍ରାମର ନଳକୂପର ହେଣ୍ଡିଲ ଜରାଜୀର୍ଣ ଅବସ୍ଥାରେ ଅଛି କୋଉ ମହୁର୍ତ୍ତ ରେ ଭାଙ୍ଗିଯିବାର ଆଶଙ୍କା ଅଛି ।

ଗାଁର ଲୋକମାନେ ଏହି ନଳକୂପ ଉପରେ ନିର୍ଭର କରନ୍ତି ଫୋଇରୀପାଣି ଗ୍ରାମର ଜନ୍ମେଜୟ ମାଝୀ ନଳକୂପମରାମତି ପାଇଁ ଗୋଲାମୁଣ୍ଡା ପଞ୍ଚାୟତର ବଡ଼ ବଡ଼ିଆ ମାନଙ୍କୁ ଜଣାଇଥିଲେ କେହି ବି ତାଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ । ଶେଷରେ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଖବର ପାଇ ଫୋଇରୀପାଣି ଗ୍ରାମଯାଇ ଅଚଳ ହୋଇଥିବା ନଳକୂପ ଦେଖି ସଙ୍ଗେ ସଙ୍ଗେ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ।

ବ୍ଲକ ପ୍ରଶାସନ ଅଚଳହୋଇଥିବା ନଳକୂପ ପ୍ରତି ଦୃଷ୍ଟି ଆକର୍ଷଣ କରି କେବେ ମରାମତି କରିବେ ଆଗାମୀ ଦିନକୁ ଉପେକ୍ଷା

ଗୋଲାମୁଣ୍ଡାରୁ ଈଶ୍ୱର ପଟେଲଙ୍କ ରିପୋର୍ଟ

Leave A Reply

Your email address will not be published.