ଜମିମାଲିକଙ୍କ ଅଜାଣତରେ ହେଇଛି ମୁଖ୍ୟମନ୍ତ୍ରୀ ଆଡିବନ୍ଦ କାମ।

ଗୋଲାମୁଣ୍ଡା,(ବସୁନ୍ଧରା ):
ମୁଖ୍ୟମନ୍ତ୍ରୀ ଆଡିବନ୍ଦ ନିର୍ମାଣପାଇଁ ରାଜ୍ୟ ସରକାର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ବିଭାଗ କୁ କୋଟି କୋଟି ଟଙ୍କା ଦେଉଛନ୍ତି ହେଲେ ଫଳପ୍ରଦ ହେଇପାରୁନି ଯେତେ ବି ମୁଖ୍ୟମନ୍ତ୍ରୀ ଆଡିବନ୍ଦ ହେଇଛି କୌଣସି ଜାଗାରେ କେନାଲ ସୁବିଧା ନାହିଁ।

ପ୍ରାୟ ଚେକ ଡ୍ୟାମ ଗୁଡିକ ଶୁଖିଯାଇଛି ପାଣି ଟୋପାଏ ଦେଖିବାକୁ ମିଲୁ ନାହିଁ କେତେକ ସ୍ଥାନରେ ଜମି ମାଲିକଙ୍କୁ ନ ପଚାରି ସେହି ଜମି ଉପରେ ଚେକଡ୍ୟାମ କରାଯାଇଛି ଜମିମାଲିକ ଠିକାଦାର ଓ କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କୁ ନିଜଜମି ଉପରେ ଚେକଡ୍ୟାମ ନ କରିବାକୁ ଜଣାଇଥିଲେ।

କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ଭ୍ରୁକ୍ଷେପ ନ କରି କାମ ଚାଲୁରଖିଲେ ଶେଷରେ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ତାଙ୍କର କୌଣସି ସୁଫଳ ମିଳିଲା ନାହିଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବହାଲ ପଞ୍ଚାୟତ ବୈଜଳପୁର ଗ୍ରାମର ସୁନା ମୁନ୍ଦିଆ ନାଳ ଆଡିବନ୍ଦରେ ଏପରି ଚିତ୍ର ଦେଖିବାକୁ ମିଳିଛି ଏହି ଆଡିବନ୍ଦରେ ଧରମୁ ହରିଜନଙ୍କ ଜମି ଅଧିକାଂଶ ଖାଇଯାଇଛି ବୋଲି ନିଜେ ଗଣମାଧ୍ୟମ ପ୍ରତିନଧି ସମ୍ମୁଖରେ ପ୍ରକାଶ କରିଥିଲେ କ୍ଷୁଦ୍ରଜଳସେଚନ ବିଭାଗ ଧର୍ମଗଡ ଜମିମାଲିକଙ୍କୁ ବୁଝାସୁଝା ନ କରି କାମ ଆରମ୍ବ କରିଥିଲେ ।

ଏପରି ଭୁଲ କାମକରୁଥିବାରୁ ଦାୟୀ ରହିବେ କିଏ ସରକାର ନା ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେବା ସହ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବିହେଉଛି।

ଗୋଲାମୁଣ୍ଡାରୁ ଈଶ୍ୱର ପଟେଲଙ୍କ ରିପୋର୍ଟ

Leave A Reply

Your email address will not be published.