ରାଜ୍ୟରେ ଆଜି ୬୦୭୩ ଜଣ ପଜିଟିଭ ଚିହ୍ନଟ,୧୦ ଜଣଙ୍କର ମୃତ୍ୟୁ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ୧୭ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଏହା ମଧ୍ୟରେ ଆଜି ପୁଣି ୬୦୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୫୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣ, ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରୁ ୨ ଜଣ, ବୌଦ୍ଧରୁ ଜଣେ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Covid-19 Report For 26th April

New Positive Cases:: 6073
In quarantine: 3522
Local contacts: 2551

(Details of local contacts will be shared by concerned District Administration)

District Wise Cases:

  1. Angul: 239
  2. Balasore: 78
  3. Bargarh: 286
  4. Bhadrak: 65
  5. Balangir: 457
  6. Boudh: 64
  7. Cuttack: 198
  8. Deogarh: 36
  9. Dhenkanal: 12
  10. Gajapati: 79
  11. Ganjam: 209
  12. Jagatsinghpur: 62
  13. Jajpur: 107
  14. Jharsuguda: 359
  15. Kalahandi: 277
  16. Kandhamal: 34
  17. Kendrapada: 64
  18. Keonjhar: 266
  19. Khurda: 1092
  20. Koraput: 76
  21. Malkangiri: 29
  22. Mayurbhanj: 149
  23. Nawarangpur: 206
  24. Nayagarh: 110
  25. Nuapada: 400
  26. Puri: 226
  27. Rayagada: 77
  28. Sambalpur: 158
  29. Sonepur: 74
  30. Sundargarh: 371
  31. State Pool: 213

New recoveries: 4180
Cumulative tested: 9954739
Positive: 420129
Recovered: 367111
Active cases: 50958

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୭ ହଜାର ୧୧୧ ରହିଥିବା ବେଳେ ୫୦ ହଜାର ୯୫୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.