ବାଲିମୁଣ୍ତାରେ ଏୟାରପୋର୍ଟ କାମକୁ ବିରୋଧ, ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ।

ଭଦ୍ରକ,(ବସୁନ୍ଧରା):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ତା ଠାରେ ନିର୍ମାଣ ହେବାକୁ ଥିବା ଏୟାରପୋର୍ଟର ପ୍ରାଥମିକ କାର୍ଯ୍ୟକୁ ସୋମବାର ଗ୍ରାମ ବାସୀ ବିରୋଧ କରିଥିବା ଦେଖିବାକୁ ମିଳିଛି। ଏୟାରପୋର୍ଟ ହେଲେ ଚାରଣ ଭୂମି ନଷ୍ଟ ହେବ।ଖେଳ ପଡିଆ ରହିବନି,ଚାଷୀ ଚାଷ ଜମି ହରାଇ ବସିବା ସହ ଚିଙ୍ଗୁଡି ଚାଷରୁ ବଞ୍ଚିତ ହୋଇବେ ।୩୦୦ ପରିବାର ୧୫୦୦ ଲୋକ କ୍ଷତିଗ୍ରସ୍ଥ ହେବା ସହ ଜୀବିକା ହରାଇ ବସିବେ ଧାନ ଚାଷୀ,ମାଛ ଚାଷୀ। ପ୍ରାଥମିକ କାର୍ଯ୍ୟ କରିବାକୁ ଯାଇଥିବା କମ୍ପାନୀ କର୍ତ୍ତୁପକ୍ଷ ଓ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।ସ୍ଥାନୀୟ ବିଜେପି ଏହାକୁ ସମର୍ଥନ କରିଥିଲା।ଫଳରେ ବୁଲଡୋଜର ଏବଂ ନିର୍ମାଣ ସରଞ୍ଜାମକୁ ଧରି ଫେରିବାକୁ ପଡିଥିଲା ।କ୍ଷତି ପୂରଣ ସହିତ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବୀ କରି ସ୍ଥାନୀୟ ବିଜେପି କର୍ମୀଙ୍କ ସମର୍ଥନରେ ବାଲିମୁଣ୍ତା ନୂତନ ନିର୍ମାଣଧିନ ଗ୍ରୀଡ ପାଖରେ ଧାରଣା ବସିଥିଲେ ।ଘଟଣାସ୍ଥଳରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ନାୟକାଣିଡିହି ଥାନାଅଧିକାରୀ ଉମାଶଙ୍କର ନାୟକ ସମେତ ୨ପ୍ଲାଟୁନ ଫୋର୍ସ ମୂତୟନ କରିବା ସହ ଜନ ଶୁଣାଣି କରାଯିବ କଥା କହିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି ଉଦୟ ନାରାୟଣ ମଲ୍ଲିକ,ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ସୂର୍ଯ୍ୟବଂଶୀ ସୁରଜ,ଅଶୋକ ନାୟକ,ମହେଶ୍ୱର ଧଳ,ତାଜୁ ଖାଁ,ସମେତ କ୍ଷତିଗ୍ରସ୍ଥ ଚାଷୀ ରାମ ମଣ୍ତଳ,ବାସନ୍ତୀ ଦାସ,ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.