ଯାତ୍ରୀ ଉପଲବ୍ଧ ନହେବାରୁ ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ ଟାଉନ ମଧ୍ୟରେ ଗଡୁଥିବା ଟ୍ରେନକୁ ବାତିଲ।

ଭୁବନେଶ୍ୱର,(ବସୁନ୍ଧରା): କରୋନାର ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟର ସ୍ଥିତି ପୁଣି ଥରେ ବିଗିଡିବାରେ ଲାଗିଲାଣି । ଏହାରି ମଧ୍ୟରେ ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ ଟାଉନ ମଧ୍ୟରେ ଗଡୁଥିବା ବିଶେଷ ଟ୍ରେନକୁ ବାତିଲ କରାଯାଇଛି । ଯାତ୍ରୀ ଉପଲବ୍ଧ ନହେବାରୁ ଏହି ଟ୍ରେନ୍ ବାତିଲ ହୋଇଥିବା ସୂଚନା ମିଳିଛି । ଏହା ସହ ତ୍ରିଭେନ୍ଦ୍ରମ-ମାଲଦା ଟାଉନ ମଧ୍ୟରେ ଚାଲୁଥିବା ବିଶେଷ ଟ୍ରେନକୁ ବାତିଲ କରାଯାଇଛି । ଆସନ୍ତାକାଲିଠାରୁ ଏହି ଟ୍ରେନଗୁଡିକ ବାତିଲ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

3 × four =