ରାଜ୍ୟରେ ଆଜି ୬୫୯୯ ଜଣ ପଜିଟିଭ ଚିହ୍ନଟ ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Covid-19 Report For 25th April

New Positive Cases: 6599
In quarantine: 3827
Local contacts: 2772

(Details of local contacts will be shared by concerned District Administration)

District Wise Cases:

  1. Angul: 187
  2. Balasore: 137
  3. Bargarh: 203
  4. Bhadrak: 87
  5. Balangir: 98
  6. Boudh: 70
  7. Cuttack: 488
  8. Deogarh: 38
  9. Dhenkanal: 20
  10. Gajapati: 81
  11. Ganjam: 323
  12. Jagatsinghpur: 93
  13. Jajpur: 237
  14. Jharsuguda: 436
  15. Kalahandi: 518
  16. Kandhamal: 35
  17. Kendrapada: 38
  18. Keonjhar: 166
  19. Khurda: 958
  20. Koraput: 69
  21. Malkangiri: 22
  22. Mayurbhanj: 180
  23. Nawarangpur: 221
  24. Nayagarh: 91
  25. Nuapada: 551
  26. Puri: 145
  27. Rayagada: 117
  28. Sambalpur: 226
  29. Sonepur: 129
  30. Sundargarh: 434
  31. State Pool: 201

New recoveries: 3464
Cumulative tested: 9917894
Positive: 414056
Recovered: 362931
Active cases: 49075

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧ ରହିଥିବା ବେଳେ ୪୯ ହଜାର ୭୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.