ରାଜ୍ୟରେ ଆଜି ୬୧୧୬ ଜଣ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୬୧୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୫୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୫୭୦ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ସାତ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Covid-19 Report For 24th April

New Positive Cases: 6116
In quarantine: 3546
Local contacts: 2570

(Details of local contacts will be shared by concerned District Administration)

District Wise Cases:

  1. Angul: 151
  2. Balasore: 102
  3. Bargarh: 262
  4. Bhadrak: 87
  5. Balangir: 189
  6. Boudh: 32
  7. Cuttack: 343
  8. Deogarh: 39
  9. Dhenkanal: 8
  10. Gajapati: 78
  11. Ganjam: 134
  12. Jagatsinghpur: 73
  13. Jajpur: 324
  14. Jharsuguda: 254
  15. Kalahandi: 321
  16. Kandhamal: 36
  17. Kendrapada: 46
  18. Keonjhar: 118
  19. Khurda: 875
  20. Koraput: 71
  21. Malkangiri: 32
  22. Mayurbhanj: 158
  23. Nawarangpur: 318
  24. Nayagarh: 99
  25. Nuapada: 430
  26. Puri: 180
  27. Rayagada: 104
  28. Sambalpur: 280
  29. Sonepur: 8
  30. Sundargarh: 785
  31. State Pool: 179

New recoveries: 3464
Cumulative tested: 9878252
Positive: 407457
Recovered: 359467
Active cases: 45949

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭ ରହିଥିବା ବେଳେ ୪୫ ହଜାର ୯୪୯ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.