ରାଜ୍ୟରେ ଆଜି ୬୬୪୭ ଜଣ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୬୬୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୫୫ ଓ ସ୍ଥାନୀୟ ଅଞ୍ଚଳରୁ ୨୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଆଠଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୨ ଜଣ, ନୂଆପଡ଼ା, କଟକ, ବଲାଙ୍ଗିର, ଭଦ୍ରକ, ବରଗଡ଼ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Covid-19 Report For 23rd April

New Positive Cases: 6647
In quarantine: 3855
Local contacts: 2792

(Details of local contacts will be shared by concerned District Administration)

District Wise Cases:

  1. Angul: 141
  2. Balasore: 53
  3. Bargarh: 290
  4. Bhadrak: 41
  5. Balangir: 234
  6. Boudh: 39
  7. Cuttack: 336
  8. Deogarh: 34
  9. Dhenkanal: 34
  10. Gajapati: 96
  11. Ganjam: 161
  12. Jagatsinghpur: 65
  13. Jajpur: 133
  14. Jharsuguda: 343
  15. Kalahandi: 361
  16. Kandhamal: 26
  17. Kendrapada: 47
  18. Keonjhar: 183
  19. Khurda: 1189
  20. Koraput: 67
  21. Malkangiri: 17
  22. Mayurbhanj: 122
  23. Nawarangpur: 224
  24. Nayagarh: 110
  25. Nuapada: 559
  26. Puri: 395
  27. Rayagada: 116
  28. Sambalpur: 175
  29. Sonepur: 2
  30. Sundargarh: 788
  31. State Pool: 266

New recoveries: 2452
Cumulative tested: 9834487
Positive: 401341
Recovered: 356003
Active cases: 43304

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୫୬ ହଜାର ୩ ରହିଥିବା ବେଳେ ୪୩ ହଜାର ୩୦୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.