କର୍ଲାପଡା ଠାରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ସ୍ଥାନ ନିରୂପଣ ପ୍ରକ୍ରିୟା ଶେଷ ।

କଳାହାଣ୍ଡି,(ବସୁନ୍ଧରା) :ଆଜି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ଉପ କୁଳପତି ସଂଞ୍ଜୟ କୁମାର ଶତପଥୀ ଙ୍କ ଉପସ୍ଥିତି ରେ ରାଜସ୍ବ ଅଧିକାରୀ, ଅଞ୍ଚଳ ର ଭଦ୍ର ବ୍ୟକ୍ତି, ଆଇନ ଯିବି , +2 ଏବଂ +3 ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ସହ ସମସ୍ତ ଷ୍ଟାପ।

ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ପ୍ରଧାନ, “ଆମର ମାଟି ଆମର ଦାବି” ଯୁବ ସଂଘ ସଭାପତି ନିଳାମ୍ବର ସାହୁ, +3 ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ତଥା ଗ୍ରାମବାସୀ ବୃନ୍ଧ ଙ୍କ ଉପସ୍ଥିତ ପ୍ରଥମେ ଗ୍ରାମ ଦେବତୀ ଙ୍କୁ ପୂଜନ ପରେ ଉକ୍ତ ସ୍ଥାନ କୁ ଯାଇ ମାଟି ମାଁ ଙ୍କୁ ପୂଜି ବିଶ୍ୱ ବିଦ୍ୟାଳୟ ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା ।


ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି, ଦୀର୍ଘ ଦିନର ଅଞ୍ଚଳ ବାସୀଙ୍କ ସ୍ୱପ୍ନ ସାକାର ହେବା କୁ ଯାଉଥିବାରୁ, ବହୁତ ଲୋକଙ୍କ ଚେଷ୍ଟା, ଉଦ୍ୟମ ବଳରେ ସଫଳତା ଲାଭ କରିଥିବା ବେଳେ “ଆମର ମାଟି ଆମର ଦାବି” ଯୁବ ସମାଜସେବୀ ସଂଗଠନ କୁ ପ୍ରଶଂସା ର ଶ୍ରେୟ ଛୁଟୁଛି ।

ଆଦିବାସୀ, ହରିଜନ ବହୁଳ ଅଞ୍ଚଳ ହୋଇଥିବାରୁ ଉଚ୍ଚ ଶିକ୍ଷା ପାଇଁ ବାଧକ ସାଜୁଥିବା ର ପ୍ରକ୍ରିୟା ଦୁରେଇ ଯାଇ” ଶିକ୍ଷା ର ଅଗ୍ରଗତି ତଥା ଆର୍ଥିକ କ୍ଷେତ୍ର ରେ ଦ୍ରୁତ ପ୍ରଗତି ଓ ଅଞ୍ଚଳ ର ଦ୍ରୁତ ବିକାଶ ହେବ ବୋଲି ବୁଦ୍ଧିଯିବି ମହଲ ରେ ଏବଂ ଅଞ୍ଚଳ ରେ ଉତ୍ସାହ ଓ ଉଦିପନା ସୃଷ୍ଟି ହେଉଛି |
କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.