ଭାରତୀୟ ସମାଜ ରେ ନାରୀ ର ସ୍ଥାନ।

ଭୁବନେଶ୍ୱର,(ବସୁନ୍ଧରା):ଭାରତୀୟ ସଭ୍ୟତା ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା ଗତ ସାଢ଼େ ପାଞ୍ଚବର୍ଷ ହଜାର ବର୍ଷ ଧରି ଏହା ପ୍ରାଚ୍ୟ ଭୂଖଣ୍ଡ ନାମରେ ପରିଚିତ ଥିଲା । ଗତ ସାଢ଼େ ପାଞ୍ଚ ହଜାର ବର୍ଷ ଧରି ଏହାର ଲିଖିତ ସାହିତ୍ୟ ରହିଥିଲେ ମଧ୍ୟ ଏହି ସଭ୍ୟତା ତା ଠାରୁ ଅଧିକ ପୁରୁଣା ଏହି ସଭ୍ୟତାରେ ନାରୀର ସ୍ଥାନ ଖୁବ ଉଚ୍ଚରେ ଥିଲା ଏବଂ ପରିବାରର କେନ୍ଦ୍ରବିନ୍ଦୁ ଭାବରେ ପୁରୁଷର ପ୍ରାଧାନ୍ୟ ରହିଥିଲେ ମଧ୍ୟ ସନ୍ତାନ ସନ୍ତତି ମାନଙ୍କର ଚରିତ୍ର ଗଠନ ଶିକ୍ଷା ଆଦି କ୍ଷେତ୍ରରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ ଥିଲା ବୋଲି ଅମିତ କଲେଜର ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି କହିଛନ୍ତି ଭାରତୀୟ ସମାଜରେ ନାରୀ ର ସ୍ଥାନ ଶୀର୍ଷକ ଏକ ଆଲୋଚନା ଚକ୍ର କୁ ଉଦ୍ଘାଟନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ ସମାଜରେ ପରିବର୍ତ୍ତନ ସହିତ ନାରୀର ମଧ୍ୟ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଘଟିଛି। ତେବେ ସାମଗ୍ରିକ ଭାବେ ଭାରତୀୟ ସମାଜକୁ ଏ ପଯ୍ୟନ୍ତ ସ୍ୱତନ୍ତ୍ର ପରିଚୟ ମିଳିଥିବା କ୍ଷେତ୍ରରେ ନାରୀର ଭୂମିକା ଅଧିକ ବୋଲି ସେ କହିଥିଲେ । ଦାର୍ଶନିକ ପୃଷ୍ଠଭୂମିରୁ ଆରମ୍ଭ କରି ଐତିହାସିକ ପୃଷ୍ଠଭୂମି ଏବଂ ରାଜନୈତିକ ପୃଷ୍ଠଭୂମିରେ ସାମାଜିକ ଚିତ୍ର ବଦଳିଥିଲେ ମଧ୍ୟ ପରିବାରରେ ନାରୀର ଗୁରୁତ୍ବପୂର୍ଣ୍ଣ ଭୂମିକା କେବେ ହେଲେ କମିନାହିଁ। ବର୍ତ୍ତମାନ ସମୟରେ ସାମାଜିକ ଅଧିକାର ଭାବରେ ନାରୀ ଏବଂ ପୁରୁଷ ଆଇନଗତ ଦୃଷ୍ଟିରୁ ସମାନ ଥିଲେ ମଧ୍ୟ ପ୍ରାଚୀନ ସମାଜ ରେ ପରିବାର ର ସାମାଜିକ ସ୍ଥିତି ସୁଧାରିବା କ୍ଷେତ୍ରରେ ନାରୀ ର ଭୂମିକା ଅଧିକ ଥିଲା ବୋଲି ସେ କହିଛନ୍ତି। ପ୍ରସଙ୍ଗ କ୍ରମେ ସୃଷ୍ଟିର ବିଶାଳ ଆୟତନକୁ ନେଇ ମନୁଷ୍ୟ ଏକ କ୍ଷୁଦ୍ରତିକ୍ଷୁଦ୍ର ପ୍ରାଣୀ ଭାବରେ ପୃଥିବୀ ପୃଷ୍ଠରେ ନିଜର ଅବସ୍ଥିତିକୁ ଜାହିର କରିଛି। ଏପରି ସ୍ଥଳେ ନାରୀକୁ ମାତୃଶକ୍ତିର ରୂପ ଦେଇ ଭାରତୀୟ ସମାଜରେ ସଂମାନିତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


ଅମିତ କଲେଜର ସାମ୍ବାଦିକତା ବିଭାଗର ମୁଖ୍ୟ ତଥା ପ୍ରିନସ୍ପ।ଲ ଡ଼ ଶରତ କୁମାର ନାୟକ ଭାରତୀୟ ସମାଜରେ ପୌରାଣିକ ଯୁଗ ତଥା ସ୍ବାଧୀନତା ସମୟରେ ନାରୀର ସ୍ଥିତି ବେଶ ଉଚ୍ଚରେ ରହିଥିଲା ବୋଲି କହି ବିଭିନ୍ନ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ଉଲେଖ ଥିବା ନାରୀମାନଙ୍କ ନାମର ଅବତରଣ କରିଥିଲେ। ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ କରି ସାହିତ୍ୟ, କଳା, ସଂସ୍କୃତି, ସଂଗୀତ, ନୃତ୍ୟ, ଆଦି କ୍ଷେତ୍ରରେ ନାରୀ ମାନେ ନିଜର ବୃଦ୍ଧିମତା , ଜ୍ଞାନ, ସାହାସ ଶକ୍ତି ଆଦିର ପ୍ରଦର୍ଶନ କରିଯାଇଛନ୍ତି ବୋଲି କହିଥିଲେ। ସ୍ୱାଧୀନତା ସଂଗ୍ରାମରେ ପୁରୁଷ ମାନଙ୍କ ସହିତ ସମାନ ଭାବରେ ନାରୀମାନେ ମଧ୍ୟ ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ। ରାଜନୀତି କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସ୍ଥାନ ରାଷ୍ଟ୍ରପତି ପଦ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଶାସନିକ, କ୍ରୀଡ଼ା, ଯୁଦ୍ଧକ୍ଷେତ୍ର, ପର୍ବତରୋହଣ , ମହାକାଶ ଗବେଷଣା, ଚିକିତ୍ସା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାର ଉଦାହରଣ ସହ ବର୍ଣ୍ଣନା କରିଥିଲେ ।

ଅଧ୍ୟାପକ ଟିକାୟତ ନାୟକ ଭାରତ ଇତିହାସ ରେ ସ୍ମରଣୀୟ ହୋଇରହିଯାଇଥିବା ମହିୟସୀ ମହିଳା ମାନଙ୍କ ର ନାମ ଉଲ୍ଲେଖ କରିବା ସହିତ ସେମାନଙ୍କର ବିଭିନ୍ନ ବିଭାଗ ରହିଥିବା ପ୍ରତିଷ୍ଠାର ବିଶ୍ଳେଷଣ କରିଥିଲେ। ଅତିଥି, ଅଧ୍ୟାପକ ଆକାଶ ବାଣୀର ପୂର୍ବତନ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡା ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ସାମାଜିକ ସ୍ଥିତିରେ ନାରୀ ଏକ ସ୍ବାଧୀନତା ପରବର୍ତ୍ତୀ ସାମ୍ବିଧାନିକ ବ୍ୟବସ୍ଥାରେ ନାରୀର ଭୂମିକା ବର୍ଣ୍ଣନା କରିଥିଲେ। ନାରୀଶିକ୍ଷା କ୍ଷେତ୍ରରେ ସାବିତ୍ରୀ ବାଇ ଫୁଲେଙ୍କ ଠାରୁ ଆରମ୍ଭ କରି ଡାକ୍ତର ମୁଥୁଲଷ୍ମୀ ରେଡ୍ଡିଙ୍କ ପଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନାରୀ ମାନଙ୍କର ସାମାଜିକ ଭୂମିକା ଆଲୋଚନା କରିଥିଲେ।
ଏହି ଆଲୋଚନାଚକ୍ରରେ ପ୍ରଥମ ବର୍ଷର ଛାତ୍ରି ରଶ୍ମିତାନୟକ, ସୁମିତ୍ରା ଚଉଁରି , ମମତା ଜେନା, ଯାଜ୍ଞାସେନୀ ପରିଡା ପ୍ରବନ୍ଧ ଉପସ୍ଥାପନ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବନ୍ଦିତା ଜେନା, ଯସ୍ମୀନ ନାୟକ ,ଶ୍ରିୟଙ୍କ୍। ସାହୁ , ପ୍ରମୁଖ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଆଲୋଚନା ଚକ୍ର ରେ ବିଷୟଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ମଧୁସ୍ମିତା ବିଧାର ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.