ଶ୍ରୀ ରାମ ନବମୀ

ଭଦ୍ରକ,(ବସୁନ୍ଧରା):

ବିଶ୍ୱର କଲ୍ୟାଣ ନିମନ୍ତେ ଧରାରେ
ମାନବର ରୂପ ଧରି;
ଏ ଧରା ବୁକୁକୁ ଓହ୍ଲାଇ ଆସିଲେ
ରାମ ନାମେ ସ୍ବୟଂ ହରି।

ବୈଶାଖ ମାସର ଶୁକ୍ଳ ନବମୀରେ
ଜନମ ହେଲେ ଶ୍ରୀ-ରାମ;
ତ୍ରେତୟା ଯୁଗରେ ଅବତୀର୍ଣ୍ଣ ହୋଇ
ସ୍ଥାପିଲେ ନ୍ୟାୟ ଧରମ।

ରଘୁ କୂଳେ ହୋଇ ଜନମ ଶ୍ରୀ ହରି
ନ୍ୟାୟକୁ କଲେ ଆଧାର;
ତାଙ୍କ ନିତି ଜ୍ଞାନ ଅମୃତ ବାଣୀରେ
ସର୍ବେ ହେଲେ ଆପଣାର।

ସମୟ ସ୍ରୋତରେ ଶିକ୍ଷା ଲାଭ କରି
ଗୁରୁ ବଶିଷ୍ଠଙ୍କ ଠାରୁ;
ସଂସାର ବିଜୟୀ ହୋଇଲେ ଶ୍ରୀରାମ
ଧର୍ମ ରକ୍ଷା କରୁ କରୁ।

ସତ୍ୟର ଆଧାର ଜ୍ଞାନର ଭଣ୍ଡାର
ପ୍ରଭୁ ସେ ପୁରୁଷୋତ୍ତମ ;
ମାତା କୋଶଲ୍ଯାଙ୍କ ହୃଦ ସ୍ପନ୍ଦନ ସେ
ଅଯୋଧ୍ୟାର ସର୍ବ ମାନ।

ପ୍ରସ୍ଥର ଅହଲ୍ୟା ହୋଇଲେ ଜୀବନ୍ତ
ଚରଣର ସ୍ପର୍ଶ ପାଇ;
ବୀର ଶବରୀର ଅଇଁଠା ଖାଇଲ
ଭକତିରେ ମୁଗ୍ଧ ହୋଇ।

ପ୍ରଜା ବତ୍ସଳତଃ ରାଜା ଥିଲେ ପ୍ରଭୁ
ପ୍ରଜାଙ୍କର କଥା ଶୁଣି;
ପ୍ରାଣଠାରୁ ବଳି ପତ୍ନୀଙ୍କୁ ନିଜର
ତ୍ୟାଗ କଲେ ଜାଣି ଶୁଣି।

ସତ୍ୟ ନ୍ୟାୟ ଧର୍ମ ତିନୋଟି ସ୍ତମ୍ଭର
ଆଧାର ପ୍ରଭୁ ଶ୍ରୀ ରାମ ;
ମାତୃ ସତ୍ୟ ପାଳି ରାଜ ମୋହ ଛାଡି
ପ୍ରଭୁ ଯାଇଥିଲେ ବନ।

ରାବଣ ସାଥିରେ କରିଥିଲେ ଯୁଦ୍ଧ
ନ୍ୟାୟକୁ ଆଧାର କରି;
ଧର୍ମର ସ୍ଥାପନା କରିଥିଲେ ପ୍ରଭୁ
ସ୍ବାର୍ଥକୁ ନିଜ ପାଶୋରି।

ଭକତି ଭାବରେ ଥରେ ଡାକି ଦେଲେ
ପ୍ରଭୁ ଜୟ ଶ୍ରୀ ରାମ ;
ସର୍ବ କାର୍ଯ୍ୟେ ହୁଏ ସଅଳ ସଫଳ
ଦୃଢ ଚିତ୍ତ ହୁଏ ମନ।
❤ଜୟ-ଶ୍ରୀ-ରାମ❤
❤ସର୍ବେଶ୍ବର ସାହୁ❤
🇮🇳ଓଡିଶା-ଭଦ୍ରକ-ଧାମନଗର🇮🇳

Leave A Reply

Your email address will not be published.