କୋରନା କଟକଣା ମଧ୍ୟରେ ଆଜି ରମାନବମୀ ପାଳିତ।

ଢେଙ୍କାନାଳ,(ବସୁନ୍ଧରା): ଢେଙ୍କାନାଳରେ ଆଜି ଶ୍ରୀ ରାମଙ୍କର ଜନ୍ମ ଉସ୍ଛବ ମହା ସମାରୋହରେ ପାଳିତ ହୋଇଯାଇଛି । ଢେଙ୍କାନାଳର ବଳରାମ ମନ୍ଦିର ମଧ୍ୟରେ ଥିବା ରାମ ମନ୍ଦିର, ମହାବୀର ବଜାରରେ ଥିବା ରାମମନ୍ଦିର ଏବଂ ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ଠାରେ ଥିବା ରାମ ମନ୍ଦିରରେ କୋରନା କଟକଣା ମଧ୍ୟରେ ରାମନବମୀ ପାଳିତ ହୋଇଯାଇଛି । ପ୍ରଭୁ ରାମଚନ୍ଦ୍ରଙ୍କୁ ଆଜି ମହାସ୍ନାନ ତଥା ପଞ୍ଚାମୃତ ଅଭିଷେକ କରାଯାଇଥିଲା । ଏହା ପରେ ରାମଚନ୍ଦ୍ରଙ୍କ ନୂତନ ବସ୍ତ୍ର ,ତୁଳସୀ ମାଳ, ଫୁଲ ହାର ପରିଧାନ କରାଯାଇଥିଲା । ଫଳ ଭୋଗ, ଧୂପ ଦୀପ କରାଯିବା ସହ ମଧ୍ୟନ୍ନ ରେ ହୋମ ଯଜ୍ଞା ଅନୁଷ୍ଠିତ ହୋଇଯାଇଛି ।କୋରନା କଟକଣା ମଧ୍ୟରେ ଭକ୍ତ ଶୂନ୍ୟତାରେ ଏହି ଉସ୍ଛବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.