ଆଜି ମୁଁ ଏକା

ଭୁବନେଶ୍ୱର,(ବସୁନ୍ଧରା):
ସମୟ ସ୍ରୋତରେ ଭାସି ଯାଉଛି ମୁଁ,
କେହି ନୁହେଁ ମୋର ଆପଣାର ।

ହୃଦୟର ସାମୂକା ଭିତରେ ସୁସଜ୍ଜିତ,
ହୋଇ ରହିଯାଇଛି ସବୁ ସ୍ମୃତି ମୋର

ଭାବନାର ଗନ୍ତାଘରେ ବାନ୍ଧି ରଖୁଛି,
ମୁଁ ଯାହାକୁ ହୋଇଯାଉଛି ସେ ପର।

ମନ୍ଦ,ମନ୍ଦ ହୋଇ ହୋଜି ଯାଉଛି ଖୁସି ମୋର,
କାହାକୁ ନିଜର ଭାବିବି ସବୁ ଏଠି ସ୍ଵାର୍ଥପର।

ଅଧା ଲେଖା ଗଳ୍ପ ମୋର ଅଧାରେ ରହିଗଲା,
ଜୀବନ ନଉକା ରେ କାହାର ନଜର ଲାଗିଲା।

ଲିଭି,ଲିଭି ଆସୁଛି ମୋର ପୁରାତନ ସ୍ମୃତି,
କାହାକୁ ନେଇ ଲେଖିବି ଜୀବନର ନୂଆ ଗୀତି।

ଆଖିର ସ୍ଵପ୍ନ ମୋର ଆଖିର ରହିଗଲା,
ଗଢିପାରିଲିନି ଜୀବନର ସ୍ଵର୍ଣ ମନ୍ଦିର ।

ସମୟ ସ୍ରୋତରେ ସବୁ ଦୂରେଇ ଗଲେ,
ଲିଭିଗଲା ହୃଦୟ ରୁ ସବୁ ସ୍ମୃତି ମୋର ।

ଅଳ୍ପ ଦିନର ବ୍ୟବଧାନରେ ଗଢି ହୁଏ ସମ୍ପର୍କ,
ସମୟ ସରିଗଲେ କିଏ ଅବା କାହାର।

ମନ ଅଗଣାରେ ଆଜି ବି ଲୁଚି ଯାଉଛି।
ସେହି ସ୍ମୃତି ମୋର,ଯାହା ପାଇଁ ବଞ୍ଚି ରହିଛି ।

ଦୁଃଖ ସମୁଦ୍ର ରେ ନାଉରୀ ସାଜି ମୁଁ,
ଏକା ବଞ୍ଚିବା ପାଇଁ ସଂଗ୍ରାମ କରିଚାଲିଛି।

ନାମ-ପବିତ୍ର ବେହେରା
ଗ୍ରାମ-ବାହାଲପୁର, ଗଞ୍ଜାମ

Leave A Reply

Your email address will not be published.