ଦେବେନ୍ଦ୍ରଙ୍କୁ ପଲ୍ଲୀପ୍ରଭା ସମ୍ମାନ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଆଗରପଡ଼ା ସ୍ଥିତ ରାଜନଗର ମଙ୍ଗଳପୁର ଗ୍ରାମର ବିଶିଷ୍ଟ କଣ୍ଠଶିଳ୍ପୀ ଦେବେନ୍ଦ୍ର ଜେନାଙ୍କୁ ରାଜ୍ୟ ସ୍ତରୀୟ ପଲ୍ଲୀସଭା ସମ୍ମାନ-୨୦୨୧ରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହୀରେ ଆୟୋଜିତ ୪୧ତମ ରାଜ୍ୟ ସ୍ତରୀୟ ବାଣୀପୀଠ ମହୋତ୍ସବ ଅବସରରେ ତାଙ୍କୁଏହି ସମ୍ମାନଜନକ ସମ୍ମନ ମିଳିଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶ୍ରୀ ଜେନାଙ୍କୁ ମାନପତ୍ର, ମେଡ଼ାଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ମହୋତ୍ସବର ଆୟୋଜକ ଡ଼ କୁମାର ବାବୁଲି, ବିଧାୟକ ସନାତନ ବିଜୁଳି, ପୂର୍ବତନ ସଂସଦ ବିରଭଦ୍ର ସିଂହ, ଆଡ଼ଭୋକେଟ ସତ୍ୟବ୍ରତ ମିଶ୍ର, ସାହିତ୍ୟ ଏକାଡ଼େମୀ ସଦସ୍ୟ ଭରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଜେନା ଏଥିପୂର୍ବରୁ ରାଜ୍ୟ ସ୍ତରୀୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, କବି ଓ ଲେଖକ ମଧ୍ୟ ଅଟନ୍ତି । ତାଙ୍କୁ ଏହି ସମ୍ମାନ ମିଳିଥିବାରୁ ଆଗରପଡ଼ା ଅଂଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ ଉତ୍ତରୋତ୍ତର କାମନା କରାଯାଇଛି ।

Leave A Reply

Your email address will not be published.