ପିପିଲି ଉପନିର୍ବାଚନରେ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସ ତାର ପ୍ରାର୍ଥୀ ଚୂଡାନ୍ତ କରିବ:ପ୍ରଦୀପ ମାଝୀ।

ଭୁବନେଶ୍ୱର,(ବସୁନ୍ଧରା): ଏପ୍ରିଲ ୧୪ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଗତ ଏପ୍ରିଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏବେ ଏହା ମେ ୧୩ ରେ ହେବା ନେଇ ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।

ଏହାରି ମଧ୍ୟରେ କଂଗ୍ରେସ ମଧ୍ୟ ଉପ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି । ଆଜି କଂଗ୍ରେସ ଉପ ନିର୍ବାଚନ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକ ପରେ ଶ୍ରୀଯୁକ୍ତ ମାଝୀ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି “ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସ ତାର ପ୍ରାର୍ଥୀ ଚୂଡାନ୍ତ କରିବ, ଚେଷ୍ଟା କରିବୁ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବାକୁ ।”

ସେପଟେ ଉପ ନିର୍ବାଚନ ପାଇଁ ମାନସ ଆଚାର୍ଯ୍ୟ, ନିଶିକାନ୍ତ ମିଶ୍ର , ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ନିର୍ବାଚନ ପାଇଁ ଦୌଡରେ ଅଛନ୍ତି । ପୂର୍ବରୁ ମଧ୍ୟ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ମଧ୍ୟ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ପାଇଁ କହିଥିଲେ ।

Leave A Reply

Your email address will not be published.