ଛତିଶଗଡ ସୁକମାରେ ମାଓବାଦୀଙ୍କ ନୃସଂଶତା ୨ ଛାତ୍ରଙ୍କୁ ବୀଭତ୍ସ ହତ୍ୟା ।

ସୁକମା,(ବସୁନ୍ଧରା): ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ଛତିଶଗଡ ସୁକମାରେ ମାଓବାଦୀଙ୍କ ନୃସଂଶତା ଦେଖିବାକୁ ମିଳିଛି । ମାଓବାଦୀମାନେ ୨ ଛାତ୍ରଙ୍କୁ ମାରି ମୁଣ୍ଡ ଗଡାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଇନଫର୍ମର ସନ୍ଦେହରେ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଛତିଶଗଡ ମିଲପାଲି ଜଙ୍ଗଲରେ ୨ ଛାତ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଛନ୍ତି ମାଓବାଦୀ । ତେବେ ୨ ଛାତ୍ରଙ୍କୁ ମାଓବାଦୀ ହତ୍ୟା କରିଥିବା ନେଇ ସୁକମା ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.