ରାଜ୍ୟରେ ୯୦୦୮ କୋଭିଡ ବେଡ୍ ରହିଛି।

ଭୁବନେଶ୍ୱର,(ବସୁନ୍ଧରା) : ରାଜ୍ୟରେ ୯୦୦୮ କୋଭିଡ ବେଡ୍ ରହିଛି । ବର୍ତ୍ତମାନ ରାଜ୍ୟରେ ୯୦୦୮ଟି ବେଡ୍ ଥିବାବେଳେ ରୋଗୀ ରହିଛନ୍ତି ୧୫୬୭ । ବେଡ୍ ସଂଖ୍ୟା ମଧ୍ୟରେ ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୪୩୬୮ଟି ବେଡ୍ ରହିଛି । ସେହିପରି ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ୧୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦ । ସରକାରୀ ହସ୍ପିଟାଲ ରେ ୫୨୪ ଆଇସିୟୁ ରହିଥିବା ବେଳେ ରୋଗୀ ରହିଛନ୍ତି ୧୦୪ । ଏହା ସହ ରାଜ୍ୟରେ ସମୁଦାୟ ଆଇସିୟୁ ବେଡ୍ ସଂଖ୍ୟା ୨୦୧୮ ରହିଛି । ଆଉ ରୋଗୀ ଅଛନ୍ତି ୪୨୪ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି ।
ଖାଲି ସେତିକି ନୁହେଁ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର୍ ରହିଥିବା ବେଳେ ୪୨ ରୋଗୀ ରହିଛନ୍ତି । ଏଥିସହ ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର୍ ୧୭୯ ରହିଛି ଏବଂ ରୋଗୀ ସଂଖ୍ୟା ରହିଛି ୧୮ ।

Leave A Reply

Your email address will not be published.