ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଗାଁରେ ଭୟଙ୍କର ବିସ୍ଫୋରଣ ।

କୁକୁଡାଖଣ୍ଡି,(ବସୁନ୍ଧରା) : ଗଞ୍ଜାମ ଜିଲ୍ଲା ସଦର ଥାନା କୁକୁଡାଖଣ୍ଡି ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଠାରେ ଗୋଟିଏ ଘର ଭିତରେ ବିସ୍ଫୋରଣ ଘଟିଥିବା ସୁଚନାରୁ ଜଣାପଡିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ଜଣେ ଏମକେସିଜିରେ ପହଞ୍ଚିବାପରେ ପ୍ରାଣ ହରାଇଛି । ଏଥିସହିତ ଅନ୍ୟ ୩ ଗୁରୁତରଙ୍କୁ ବର୍ତ୍ତମାନ ଏମକେସିଜି ରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୁଚନା ମିଳିଛି ।

Leave A Reply

Your email address will not be published.