ଜୟପୁର ସବଜେଲରେ ଚଢାଉ କଲା ପୋଲିସ।

ଜୟପୁର,(ବସୁନ୍ଧରା): ଜୟପୁର ସବଜେଲରେ ଚଢାଉ କରିଛି ପୋଲିସ । କୋରାପୁଟ ଏପସିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଆଜି ଭୋର ୪ଟାରୁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ ଚାଲିଛି । ଚଢାଉ ସମୟରେ ଜୟପୁର ଓ ବୋରିଗୁମ୍ମା ଏସଡିପିଓଙ୍କ ସହ ବିଭିନ୍ନ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ରହିଛନ୍ତି । ଜୟପୁର ଉପଜିଲ୍ଲାପାଳ ମଧ୍ୟ ରେଡରେ ସାମିଲ ହୋଇଥିବା ବେଳେ ଜେଲରେ ତନାଘନା ଜାରି ରହିଛି । ତେବେ ଗଞ୍ଜେଇ କାରବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.