ସାଂସଦ ମହେଶ ସାହୁଙ୍କ ଦ୍ଵାରା ଜିମ ଏକ୍ସ ଫିଟନେସର ଉଦଘାଟନ।

ଢେ଼ଙ୍କାନାଳ,(ବସୁନ୍ଧରା):ଆଜିସଂଧ୍ୟା ସମୟରେ ଢେଙ୍କାନାଳ ସହରର ମହାବୀର ବଜାର ଅନ୍ତର୍ଗତ ଜଗନ୍ନାଥ ରୋଡ଼ ରେ ଜିମ ଏକ୍ସ ଫିଟନେସ ର ଶୁଭ ଉଦଘାଟନ କରିଥିଲେ ଢ଼େଙ୍କାନାଳ ତଥା ଅନୁଗୁଳର ସାଂସଦ ମହେଶ ସାହୁ ।

ଆଜିର ଏହି ଉଦଘାଟନରେ ବଡିବିଲ୍ଡିଂଗ ର ମିଷ୍ଟର ଇଣ୍ଡିଆ ତଥା ମିଷ୍ଟର ଇଷ୍ଟ ଇଣ୍ଡିଆ ସତୀଶ ହୋଡା, 8 ଟାଇମ୍ସ ମିଷ୍ଟର ଓଡିଶା ମିଷ୍ଟର ରଞ୍ଜନ ମହାନ୍ତି ଯୋଗଦେଇଥିଲେ । ମାନନୀୟ ସାଂସଦ ଏହାକୁ ଅତି ପ୍ରଶଂସନୀୟ କାର୍ଯ୍ୟ ବୋଲି ପ୍ରଶଂସା କରିଥିଲେ ।

ଅଧୁନା ଯୁଗରେ ପିଲାମାନେ ନିଜକୁ ସୁସ୍ଥ ରଖିବା ସହ ନିଜକୁ ବିପଦ ସମୟରେ ସୁରକ୍ଷା ଦେଇପାରିବ ବୋଲି ସାଂସଦ ମତ ରଖିଥିଲେ । ଜିମର ଟ୍ରେନର ତଥା ଓନର ସାଂସଦଙ୍କୁ ଜିମରେ ବୁଲାଇ ବିଭିନ୍ନ ମେସିନ ର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ ।

Leave A Reply

Your email address will not be published.