ପ୍ରଫେସର ଡ° ନିରଞ୍ଜନ ମହାନ୍ତିଙ୍କୁ ହୋମିଓ ରତ୍ନ ପୁରସ୍କାର।

ଭୁବନେଶ୍ୱର,(ବସୁନ୍ଧରା):ଇଣ୍ଡିଆନ institute ଅଫ ହୋମିଓ ପାଥି ଫିଜିସିଆନ ତରଫରୁ 2021 ବର୍ଷ ପାଇଁ ବିଭିନ୍ନ ପୁରସ୍କାରର ଘୋଷଣା କରାଯାଇଛି |ଏହି କ୍ରମରେ ଓଡିଶାର ସୁନାମ ଧନ୍ୟ ହୋମିଓ ପାଥି ଚିକିତ୍ସକ ତଥା ଡ° ଅଭିନ୍ନ ଚନ୍ଦ୍ର ହୋମିଓ ପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ° ନିରଞ୍ଜନ ମହାନ୍ତିଙ୍କୁ ହୋମିଓ ରତ୍ନ ପୁରସ୍କାର ନିମନ୍ତେ ଚୟନ କରାଯାଇଛି |

ପୂର୍ବରୁ ପ୍ରଫେସର ମହାନ୍ତି ଭାରତ ସରକାରଙ୍କ ତରଫରୁ ସର୍ବୋଚ୍ଚମ ଶିକ୍ଷକ ଭାବରେ ସନମାନିତ ହୋଇଛନ୍ତି |ଏହି ପୁରସ୍କାର ତାଙ୍କୁ 2018 ମସିହାରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟିଡୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |ଏହା ସହ ପ୍ରଫେସର ମହାନ୍ତି ଅନେକ ରାଷ୍ଟ୍ରୀୟ ତଥା ଅନ୍ତର୍ଜାତୀୟ ପୁରସ୍କାରରେ ସନମାନିତ |

ପ୍ରଫେସର ଡ° ନିରଞ୍ଜନ ମହାନ୍ତି ବର୍ତ୍ତମାନ 92, ଧର୍ମବିହାର, ଖଣ୍ଡଗିରି ସ୍ଥିତ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନୁସନ୍ଧାନ କେନ୍ଦ୍ର ଠାରେ ଚିକିତ୍ସାରତ ଅଟନ୍ତି |ଏହା ବ୍ୟତୀତ ସେ ସାଇଣ୍ଟିଫିକ ଆଡ଼ଭାଇଜରି ବୋର୍ଡର ଚେୟାରମ୍ୟାନ ଭାବେ କ୍ଷେତ୍ରିୟ ଅନୁସନ୍ଧାନ କେନ୍ଦ୍ରଠାରେ ଅଧ୍ୟକ ଏବଂ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧାନ ପରିଷଦ, ଭାରତ ସରକାର,ଅକ୍ଷୁଣ ମନ୍ତ୍ରାଳୟ ଠାରେ ବିଭିନ୍ନ କମିଟିରେ ଉପଦେଷ୍ଟା ଭାବେ କାର୍ଯ୍ୟରତ |

ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ |ଇଣ୍ଡିଆନ institute ଅଫ ଇଟାଲୀର ଚିକିତ୍ସକ ହୋମିଓପାଥି ଚିକିତ୍ସକ ଡ° ରେନଜୋ ଗାଲାସିଙ୍କୁ ଲାଇଫଟାଇମ achievement ପୁରସ୍କାର ପାଇଁ ଚୟନ କରାଯାଉଛି |

Leave A Reply

Your email address will not be published.

17 + 19 =