ଗ୍ୟାଙ୍ଗଷ୍ଟର ହାଇଦର ଗିରଫ।

କଟକ,(ବସୁନ୍ଧରା): ୫ ଦିନର ଲୁଚକାଳି ଖେଳ ଖତମ। କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କଟକ ପୁଲିସ ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଛଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ହାଇଦର ବାଇକରେ ଯିବା ବେଳେ ଆମ ଟିମ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଛନ୍ତି।

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇ ଥିଲା । ଏହାରି ଭିତରେ ଆଜି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରି ଥିଲା । କିନ୍ତୁ ହାଇଦର କେଉଁଠି ଥିଲା ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା।ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ଜଣକ ଡ୍ୟୁଟି କରୁଥିବାବେଳେ ମଧ୍ୟ ଏହି ଲୋକମାନେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଥିଲେ। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.