ଆରପାରିରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ

ଭୁବନେଶ୍ୱର() ଆରପାରିରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୧୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲର ଲୋକ ସମ୍ପର୍କ ଅଧିକାରୀ ସୁଚନା ଦେଇଛନ୍ତି । ସେ ୭ ତାରିଖରେ ଅସୁସ୍ଥ ହୋଇଥିଲେ ଏବଂ ନିଜର କରୋନା ଚିକିତ୍ସା କରାଇଥିଲେ । ଏହାପରେ ୧୦ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କର ଏପରି ଭାବରେ ମୃତ୍ୟୁ ହେବା ଦଳର ପ୍ରଚାରରେ ନିଶ୍ଚୟ ପ୍ରଭାବ ପକାଇବ ।

ସୁଚନା ଯେ, ଅଜିତ୍ ମଙ୍ଗରାଜଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା ଏବଂ ସେ ହସ୍ପିଟାଲ ଆଇସିୟୁରେ ଥିଲେ । 

Leave A Reply

Your email address will not be published.