ମାସ୍କ ଚେକିଂରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଓକିଲ ସଂଘର ପ୍ରତିକ୍ରିୟା

ଢେ଼ଙ୍କାନାଳ,(ବସୁନ୍ଧରା):ଗତ କିଛିଦିନ ହେବ କୋରନା ର ଦ୍ୱିତୀୟ ଲହରୀ ଆସିଯିବା ଫଳରେ ରାଜ୍ୟ ତଥା କେନ୍ଦ୍ର ସରକାର ତାଙ୍କର ତତ୍ପରତା ଦେଖାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିବେଦନ କରିକହିଛନ୍ତି ମା ମନେ ଘରେ କୋରନା କୁ ଜଗିବେ ଏବଂ ବାହାରେ ସରକାର ଜଗିବେ । ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ତଥା ହାଟ ବଜାର ମାନଙ୍କରେ ମାସ୍କ ଚେକିଂ କରିବା ସହ ସାମାଜିକ ଦୂରତା ଉପରେ ଚେକିଂ ଜୋରଦାର ଚାଲିଛି ।

କିନ୍ତୁ ପୋଲିସ ମାସ୍କ ଚେକିଂରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଜନସାଧାରଣ ଅତ୍ୟାଚାରିତ ହେଉଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଆଜି ଜିଲ୍ଲା ଓକିଲ ସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।ଓକିଲ ସଂଘର ଅଭିଯୋଗ ଅନୁଯାଇ ଗତ ସାନିବାର ଦିନ ଅପରାହ୍ନ ରେ ପୋଲିସ ଜଣେ ଆଇନଜୀବୀ ଙ୍କୁ ମାସ୍କ ଚେକିଂ କରିବା ସମୟରେ ,ସେ କୋର୍ଟ କାମରେ ବ୍ୟସ୍ତ ଥିବାରୁ ପିନ୍ଧିପାରି ନାହାନ୍ତି ବୋଲି କହିଥିବାରୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାସହ, ପୋଲିସ ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲା । ଏହି ଘଟଣାକୁ ଓକିଲ ସଂଘ ତୀବ୍ର ନିନ୍ଦା କରିବା ସହ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ଜିଲ୍ଲାଆରକ୍ଷୀ ଅଧିକ୍ଷକ କେ ଶିବ ସୁବ୍ରମଣି2 ଦିନ ଭିତରେ ଏହି ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ଇଂଭେସ୍ଟିକେସନ କରିବାସହ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଓକିଲ ସଂଘ ଦାବି ରଖିଛି । ଯଦି ଆରକ୍ଷୀ ଅଧିକ୍ଷକ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଶୁକ୍ରବାର ଦିନ ଢେଙ୍କାନାଲ ବନ୍ଦ କରାଯିବ ବୋଲି ଓକିଲ ସାଙ୍ଘ ଚେତାବନୀ ଦେଇଛି । ଆଜି ର ଏହି ଘେରାଉରେ ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର, ଉପସଭପତି ସରୋଜ କୁମାର ପାଢୀ ,ବରିଷ୍ଠ ଆଇନଜୀବି ସମେତ ସମସ୍ତ ଓକିଲ ସଂଘ ର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.