ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ।

ଭଦ୍ରକ,(ବସୁନ୍ଧରା): ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ତଥା ସମରସତ୍ତା ଦିବସ ଅବସରରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଭଦ୍ରକ ବିଧାନସଭା ନେତା ଡ଼ଃ ପ୍ରଦୀପ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ,ବାସୁଦେବପୁର ବିଧାନସଭା ନେତା ମାଧବାନନ୍ଦ ମଲ୍ଲିକ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲ୍ଲା ଆଇଟି ସେଲ ପ୍ରମୁଖ ଶଶାଙ୍କ ଶେଖର ମିଶ୍ର, ସତ୍ୟବ୍ରତ ଦାସ,ବୃଷଭାନୁ ସାହୁ,ଶଶାଙ୍କ ଶେଖର ଦାସ,ପୁଷ୍ପକାନ୍ତ ସାହୁ,ରଜନୀକାନ୍ତ ଦାସ,ବିଜୟ ନାୟକ,ସରୋଜ କୁମାର ପରିଡା, ଦୀପକ ରଂଜନ ନାୟକ, ସବୀର ଦାସ,ମହେଶ୍ୱର ଧଳ,ପ୍ରମୋଦ ସାମଲ,ସୌମ୍ୟ ରଞ୍ଜନ ପ୍ରଧାନ, ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ମେଡ଼ିକାଲ ବ୍ଲଡ ବ୍ୟାଙ୍କ ସହଯୋଗରେ ଏହି ଶିବିର ହୋଇଥିଲା ।

Leave A Reply

Your email address will not be published.