ମାସ୍କ ପାଇଁ ଯୁବକଙ୍କୁ ମାଡ ଓ ଗିରଫ ଘଟଣା,ପୁଅକୁ ନ୍ୟାୟ ଦାବିରେ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଭେଟିଲେ ମା ପୁଅକୁ ନ୍ୟାୟ ନଦେଲେ ଆତ୍ମାହୂତି ଦେବି।

ଭଦ୍ରକ,(ବସୁନ୍ଧରା):ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ଼ ଓ ସଙ୍ଗୀନ ଦଫାରେ କୋର୍ଟ ଚାଲାଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ । ଯୁବକଙ୍କ ସମ୍ପର୍କୀୟ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା ପରେ ତଦନ୍ତ ପାଇଁ ଏସଡ଼ିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ହୋଇଥିଲା । ଗତ ଶନିବାର ଦିନ ବେତାଳିଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ ମାରି ଫାଣ୍ଡିରେ ଅଟକ ରଖିଥିଲେ । ଫାଣ୍ଡି ମଧ୍ୟରେ ଯୁକ୍ତିତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍ ୫ରୁ ୬ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ। ପରେ ପୋଲିସ କର୍ମଚାରୀଙ୍କ ସହ ଲୁଙ୍ଗି ପିନ୍ଧି ଡ୍ୟୁଟିରେ କର୍ମଚାରୀ ମଧ୍ୟ ଯୁବକଙ୍କୁ ଗଡାଇ ତଡ଼ାଇ ମାଡ଼ ମାରିଥିଲେ । ପରେ ଦୁଇ ଜଣ ଯୁବକଙ୍କୁ ହତ୍ୟା ଉଦ୍ୟମ ଭଳି ୩୦୭ ସଙ୍ଗୀନ ଦଫା ସହ ଅନ୍ୟ ୧୦ ଦଫା ଲଗାଇ ତାଙ୍କୁ ଗିରଫ କରିଛି । ଯୁବକଙ୍କୁ ମାଡ଼ ବେଳେ ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିବା ଘଟଣାକୁ ନେଇ ଯୁବକଙ୍କ ମା’ ଓ ସମ୍ପର୍କୀୟମାନେ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୋଗ କରଛନ୍ତି । ଅତିରିକ୍ତ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଧାମନଗର ଏସଡ଼ିପିଓଙ୍କୁ ଦାୟିତ୍ବ ଦିଆଯାଇଛି । ଓ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.