ବୁଦ୍ଧ ଗୋସ୍ୱାମୀ ଯାଦବ କମିଟି ପକ୍ଷରୁ ଲଉଡି ମହୋତ୍ସବ ପାଳିତ

କଟକ () କଟକ ଜିଲ୍ଲା ଫକୀରପଡା ଗ୍ରାମରେ ବୁଦ୍ଧ ଗୋସ୍ୱାମୀ ଯାଦବ କମିଟି ପକ୍ଷରୁଲଉଡି ମହୋତ୍ସବ ଅନୁଷ୍ଠିତ ହୋଇ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ଲଉଡି ମହୋତ୍ସବରେ ପାଖାପାଖି ଦଶରୁ ଉର୍ଦ୍ଧ୍ବ ଲଉଡ଼ି ଗୋଷ୍ଠି ଭାଗ ନେଇଥିଲେ । ଏହି ନିଆରା ଲଉଡି ଖେଳ ଦେଖିବା ପାଇଁ ଆଖପାଖ ଗ୍ରାମର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ  ମୁଖ୍ୟ ଅତିଥିଭାବେ ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା ଓ ସମ୍ମାନିୟ  ଅତିଥିଭାବେ ବିନୋଦ ବେହେରା,ଚିତ୍ତ ରଞ୍ଜନ ବେହେରା,ସମର ବେହେରା ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଏହି ଯାଦବ ସଂକୃତିର ପୁନରୁଦ୍ଧାର ଓ ମହାନତା ସମ୍ପର୍କରେ ଆଲୋକପାତ କରିବାସହ ବୁଦ୍ଧ ଗୋସ୍ୱାମୀ ଯାଦବ କମିଟିର ଏହି ନିଆରା ପଦକ୍ଷେପକୁ ଭୂୟସୀ ପ୍ରସଂଶା କରିଥିଲେ ।ଏହି ଲଉଡି ମହୋତ୍ସବରେ ରାଧା ମାଧବ ଲଉଡି ସଂଘ,ମା ବରୁଣେଇ ଯାଦବ ସଂଘ,ସିଦ୍ଧ ଖଣ୍ଡୁଆଳି ଲଉଡି ସଂଘ,ସିମିଳି ଗୋଶାଇଁ ଲଉଡି ସଂଘର ଲଉଡି ଖେଳ ଅତି ଉଞ୍ଚ କୋଟିର ଥିଲା ।ଏହି ଲଉଡି ମହୋତ୍ସବକୁ କମିଟି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ନାୟକ,ସନାତନ ବେହେରା,ସଞ୍ଜୟ କୁମାର ବେହେରା,ମନୋଜ କୁମାର ବେହେରା,କୃଷ୍ଣଚନ୍ଦ୍ର ନାୟକ ଓ ବିଜୟ ବେହେରା ଆଦିବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.