ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।

କଟକ,(ବସୁନ୍ଧରା):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମିଡିଆ ବ୍ରଦର୍ସ ତରଫରୁ ନିଶ୍ଚିନ୍ତକୋଇଲି ପିପି କଲେଜ ନିକଟସ୍ତ ତାରିଣୀ ମନ୍ଦିର ପରିସରରେ ସମାଜସେବା ଉଦେଶ୍ୟରେ ଜଳଛତ୍ର ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରେ ବାଟୋଇ ମାନେ ତୁଷାର୍ତ ମେଣ୍ଟାଇବା ପାଇଁ ଏହି ଜଳଛତ୍ର ନିକଟରେ ଅଟକିଯାଇ ଦହି ପାଣି ମିଶ୍ରିତ ସରବତ ପାନ କରିବା ସହିତ ପାଲ ଛାଇ ତଳେ ଟିକେ ବସିପଡି ବିଶ୍ରାମ ନେଉଛନ୍ତି । ଏପରି ଏକ ନୂତନ ଚିନ୍ତଧାରା ସୃଷ୍ଟି କରିଥିବା ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ କୁ ସମସ୍ତ ବାଟୋଇ ମାନେ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଛି ।

ତେବେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ନାଥ ରାଉତ,ରତ୍ନାକର ବାରିକ, ରମେଶ ଜେନା, ପ୍ରକାଶ ରାଉଳ,ପ୍ରଫୁଲ୍ଲ ମହାପାତ୍ର,ଅଶୋକ ମହାପାତ୍ର,ରମାକାନ୍ତ ମହାନ୍ତି,ପ୍ରମୋଦ ସ୍ୱାଇଁ,ରଞ୍ଜନ ଦାସ,ଜଗନାଥ ପଣ୍ଡା, ସତ୍ୟଜିତ ମହାପାତ୍ର,ଦେବେନ୍ଦ୍ର ଷଡ଼ଙ୍ଗୀ, ପତିତପାବନ ରାଉତ, ଇଜାଜ ଖାଁ,ଅମିତାଭ ମହାପାତ୍ର ,ନିର୍ମଳ ପଢିହାରି, ଜାନକୀ ବଳଭ ମହାନ୍ତି, ଅନୀଲ ମଲିକ, ଆଦିତ୍ୟ ହୋତା,ସୌମ୍ୟରଂଜନ ନିହାଣ,ଖମାନିଧି ପୂଜାରୀ, ଗୋବିନ୍ଦ ଦାସ, ବିନୟ ଦାଶ, ମିନକେତନ ଦାସ,ମନୋରଞ୍ଜନ ଭୂୟାଁ,ରାଜେଶ ବେହେରା,ତ୍ରିଲୋଚନ ଦାସ,ଫାଲ୍ଗୁନୀ ପ୍ରସାଦ ପଣ୍ଡା, ଅଶୋକ ସାହୁଙ୍କ ସମେତ ବହୁ ସାମ୍ବାଦିକ ଭାଇମାନେ ଯୋଗଦାନ କରି ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

19 − 16 =