ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ ବିଏମସି କମିଶନର ପ୍ରେମ ଚୌଧୁରୀ ନିର୍ଦ୍ଦେଶ।

ଭୁବନେଶ୍ୱର,(ବସୁନ୍ଧରା) : କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାକୁ ନଜରରେ ରଖି ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭ୍ କରୁଛନ୍ତି । ଏଥିରେ କରୋନା ନିୟମ ମାନୁନଥିବା ମଲ୍, ବଜାର, ଦୋକାନ ଆଦିରେ ଚଢ଼ାଉ କରାଯାଉଛି । ଲୋକମାନଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନ କରାଯାଇଛି । ସନ୍ଧ୍ୟାରେ ବଜାର, ହୋଟେଲ ଆଦିରେ ଚେକିଂ କରାଯାଉଛି । ତେଣୁ କରୋନା ମୁକାବିଲା କରିବାରେ ଆମେ ସଜାଗ ଅଛୁ । କମିଶନରେଟ୍ ପୋଲିସ୍ ମଧ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ କାମ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ କୋଚିଂ ସେଣ୍ଟର୍ କୁ ସିଲ୍ କରାଯାଇଛି । ଅପରପକ୍ଷରେ ଆବାସିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ କୁହାଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ସରିଥିବାରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗଣମାଧ୍ୟମକୁ କରୋନା ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ବିଏମସି କମିଶନର ପ୍ରେମ ଚୌଧୁରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ । ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ।
ସୁଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.