ବିଜେପିର ବିଜୟ ପରେ ବିକାଶ ଦେଖିବେ ପିପିଲିବାସୀ : ଡି. ପୁରନେ୍ଦଶ୍ୱରୀ

ପିପିଲି-ଡେଲାଙ୍ଗ(ବସୁନ୍ଧରା ) ଶାସକ ବିଜେଡି ପିପିଲିକୁ ସର୍ବଦା ଅବହେଳା କରିଆସିଛି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ଦିବଙ୍ଗତ ବିଧାୟକ ତଥା ପୂର୍ବତନ ମବୀ ପ୍ରଦୀପ ମହାରଥୀ କୌଣସି ବିକାଶମୂଳକ କାର୍ୟ୍ୟ କରିନାହାଁନ୍ତି । ପିପିଲିରେ ବେକାରୀ ସବୁଠୁ ବଡ ସମସ୍ୟା । ନିଯୁକ୍ତି ନଥିବା ଯୋଗୁଁ ଏହି ଅଂଚଳର ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଆଉ ଆଗାମୀ ଦିନରେ ଏପରି ସମସ୍ୟା ଦେଖିବାକୁ ମିଳିବ ନାହିଁ ପିପିଲିର ବିକାଶ ପାଇଁ ପିପିଲିବାସୀ ନି୧⁄୨ିତ ଭାବେ ବିଜେପି ପ୍ରାର୍ଥୀ ଆଶ୍ରିତ ପ…ନାୟକଙ୍କୁ ଆଶୀର୍ବାଦ କରିବେ ବୋଲି ପିପିଲି ପ୍ରଚାର ସମୟରେ କହିଛନ୍ତି ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ କହିଛନ୍ତି ।

ଶ୍ରୀମତୀ ପୁରନେ୍ଦଶ୍ୱରୀ କହିଛନ୍ତି ଯେ, ବିଜେଡି ସରକାର ମହିଳାଙ୍କ ନାଁ ରେ କେବଳ ଭୋଟ ବ୍ୟାଙ୍କ ରାଜନୀତି କରେ । ନିର୍ବାଚନ ସରିଗଲେ ବିଜେଡି ସରକାର ମହିଳାଙ୍କ କଥା ଭୃଲିଯାଏ । କିନ୍ତୁ ଅପରପକ୍ଷେ ବିଜେପି ସର୍ବଦା ମହିଳାଙ୍କୁ ସ୧ାନ ଦିଏ । କେବଳ ମହିଳାଙ୍କ ସ୧ାନ ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦି ଆବାସ ଯୋଜନା, ଜନଧନ ଯୋଜନା, ମାତୃତ୍ୱ ବନ୍ଦନ, ମାତୃତ୍ୱ ସୁରକ୍ଷିତ, ବେଟି ପଢାଓ ବେଟି ବଚାଉ, ସୁକନ୍ୟା ସମୃଦ୍ଧି, ଉଜ୍ଜଳା ଯୋଜନା, ସ୍ୱଚ୍ଛ ଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ଆଦି ଅନେକ ଯୋଜନା କରାଯାଇଛି । ପିପିଲିରେ ଗତ ଫନି ବାତ୍ୟାରେ ମିଳିଥିବା କ୍ଷତିପୂରଣକୁ ବିଜେଡି ସରକାର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଂଚାଇ ପାରିଲା ନାହିଁ । ପିପିଲିରେ କୌଣସି କ୍ଷୁଦ୍ର ଶିଳ୍ପାଚଂଳ
ନାହିଁ । କେବଳ ପିପିଲିରେ ବୋମା ବନାଇବା ଇଣ୍ଡଷ୍ଟ୍ରୀ ରହିଛି ବୋଲି ପ୍ରଚାର ସମୟରେ ପିପିଲିବାସୀ ଅଭିଯୋଗ କରିଥିଲେ । ଓଡିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । ମହିଳାଙ୍କ ପାଇଁ ଓଡିଶା କ୍ରାଇମ କ୍ୟାପିଟାଲ ପାଲଟିଛି । ଶିଶୁ ତସ୍କରୀରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ରାଜ୍ୟରେ ବିଗତ ୫ ବର୍ଷରେ ୨୨ ହଜାରରରୁ ଉଦ୍ଧ୍ୱର୍ ଶିଶୁ ନିଖୋଜ ହୋଇଛନ୍ତି । ରାଜ୍ୟରେ ମହିଳାଙ୍କୁ ସ୧ାନ ଓ ଶିଶୁଙ୍କୁ ସୁରକ୍ଷା ଏବଂ ଯୁବପିଢୀଙ୍କୁ ନିଯୁକ୍ତି ମିଳିବା ପାଇଁ ପିପିଲି ବାସୀ ବିଜେପିକୁ ସମର୍ଥନ କରିବେ ବୋଲି ସୁନି୧⁄୨ିତ କରିଛନ୍ତିା

୨୦୧୯ ନିର୍ବାଚନ ହାରିବା ପରେ ବି ବିଜେପି ପ୍ରାର୍ଥୀ ଆଶ୍ରିତ ପ…ନାୟକ ଲଗାତାର ପିପିଲିବାସୀଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଛନ୍ତି ବୋଲି ଶ୍ରୀମତୀ ପୁରନେ୍ଦଶ୍ୱରୀ କହିଛନ୍ତି । ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଜଇଶପାଟଣା ଛକରୁ ବାହାରି ଶିଉଳି, କୁଂଜର, ମାଟିଆପଡା, ଗୋବିନ୍ଦପୁର, ଲକ୍ଷ୍ମୀନାରାୟଣପୁର ଗାଁ ବୁଲି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପ…ନାୟକଙ୍କ ସପକ୍ଷରେ ପ୍ରଚାର କରିବା ସହ ପିପିଲି ଠାରେ ଏକ ମହିଳା ସମାବେଶକୁ ସମ୍ଭୋଧିତ କରିଥିଲେ ।

ଏହା ପରେ ଶ୍ରୀମତୀ ପୁରନେ୍ଦଶ୍ୱରୀ କୌଶଲ୍ୟାଗଙ୍ଗ, ପୂର୍ବଶାସନ, ଓରକୋଳ, ପବରଙ୍ଗା, ତାମସରା ଆଦି ପଂଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ପିପିଲିବାସୀ ପରିବର୍ତନ ଚାହୁଁଛନ୍ତି । ଓଡିଶାରେ ପରିବର୍ତନ ପିପିଲି ଉପନିର୍ବାଚନରୁ ଆରମ୍ଭ ହେବ ଏବଂ ନୂଆ ଇତିହାସ ସୃଷ୍ଟି କରିବ ବୋଲି ଶ୍ରୀମତୀ ପୁରନେ୍ଦଶ୍ୱରୀ କହିଛନ୍ତି । ଏହି ଅବସରରେ ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପ…ନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.