କରତ କଳ ଉପରେ ଚଢଉ:ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ଧାମନଗର ଖାନକା ନିକଟରେ ଥିବା ଏକ କରତ କଳ ଉପରେ ଭିଜିଲାନ୍ସ ଓ ବନ ବିଭାଗର ପକ୍ଷରୁ ଚଢଉ କରାଯାଇ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଛି । ଧାମନଗର ଅଂଚଳରେ କରତ କଳ ବନ୍ଦ ଥିବା ବେଳେ ଉକ୍ତ କରତ କଳ ଲୁଚିଛପି ଚଳାଇ ଆସୁଥିବା ଭିଜିଲାନ୍ସ ବିଭାଗ ନିକଟରେ ଖବର ଥିଲା । କଟକ ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ସହିତ ଭଦ୍ରକ ବନଖଣ୍ଡ ଅଧିକାରୀମାନେ ପହଂଚି ଚଢଉ କରିଥିଲେ । ତେବେ କରତ କଳରେ ବ୍ୟବହୃତ ଯନ୍ତ୍ରାଂଶ ଓ ସେଠାରେ ମହଜୁଦ ଥିବା କାଠକୁ ଜବତ କରାଯାଇଛି । ଏହି ଚଢଉରେ ଡିସିଏଫ ରଜନୀକାନ୍ତ ମହାନ୍ତି, ଏସିଏଫ ସାଧନା ବେହେରା, ଭଦ୍ରକ ରେଞ୍ଜ ଅଫିସର ରଣଜିତ ମହାନ୍ତି ଓ ଧାମନଗର ରେଞ୍ଜ ଅଫିସର କୁଶଚରଣ ସିଂହଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.