ଆସନ୍ତା ୧୯ ତାରିଖ ଦିନ ନୟାଗଡ଼ ଜିଲ୍ଲା ପରୀ ହତ୍ୟାକାଣ୍ଡର ଶୁଣାଣି କରିବେ ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ,(ବସୁନ୍ଧରା): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ଶୁଣାଣି ନେଇ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଗାମୀ ୧୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ । ପରି ମାମଲା ପରିଚାଳନା କରୁଥିବା ଓକିଲଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପରୀର ମାଆ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିଲେ । ଗତ ଫେବୃଆରୀ ୨୨ରେ ରେଜିଷ୍ଟ୍ରାର କୋର୍ଟ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଥିଲେ । ରାଜ୍ୟ ସରକାର ଗତମାସ ୨୭ ତାରିଖରେ ୯୪ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଥିଲେ । ରାଜ୍ୟ ସରକାର ସତ୍ୟପାଠରେ ଏହି ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନଥିବା ଦର୍ଶାଇଥିଲେ ।

Leave A Reply

Your email address will not be published.